୨୫ ବର୍ଷରେ ଭିମଟାଙ୍ଗିରେ ଭାଗବତ ପରାୟଣ ସପ୍ତାହ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୀମଟାଙ୍ଗି ଉନ୍ନୟନ ପରିଷଦ ପକ୍ଷରୁ ସ୍ଥାନୀୟ ଗୋଷ୍ଠି କେନ୍ଦ୍ରଠାରେ ୨୫ତମ ଭାଗବତ ପରାୟଣ ସପ୍ତାହ ଓ ମହାଯଜ୍ଞ ଉଦ୍ଘାଟିତ ହୋଇଯାଇଛି ।ଏହି ଅବସରରେ ଡା ଆଶୁତୋଷ ମିଶ୍ରଙ୍କ ଦ୍ୱାରା ପ୍ରବଚନ କରାଯିବା ସହ ବିଶିଷ୍ଟ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ପଟ୍ଟନାୟକ, ହରିହର ପଟ୍ଟନାୟକ, ରବିନାରାୟଣ ଦାଶ, ପଦ୍ମନାଭ ଷଡ଼ଙ୍ଗୀ, ଚିତ୍ରସେନ ବିଶୋଇ ଲକ୍ଷ୍ମୀଧର ପଣ୍ଡା ଓ ସଭ୍ୟମାନେ ପରିଚାଳଣା କରିଥିଲେ ।