ଅକ୍ଷୟ ପ୍ରଧାନ ହେଲେ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ଉପସଭାପତି

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକର କଣ୍ଟିଆଗଡ଼ ଗ୍ରାମର ଅକ୍ଷୟ ପ୍ରଧାନ ଗଞ୍ଜାମଜିଲ୍ଲା ଯୁବ ବିଜୁ ଜନତାଦଳର ଜିଲ୍ଲା ଉପସଭାପତି ଭାବେ ଦାଇତ୍ୱ ନେଇଛନ୍ତି। ଏନେଇ ଜିଲ୍ଲାର ଯୁବକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଛାତ୍ରଜୀବନରୁ ନିଜର ରାଜନୈତିକ କ୍ୟାରିୟାର ଆରମ୍ବ କରିଥିବା ଅକ୍ଷୟ ଗଂଜାମ ମହାବିଦ୍ୟାଳୟ ଓ ପରବର୍ତ୍ତୀ ସମୟରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ପାଠପଢ଼ୁଥିବାସମୟରେଛାତ୍ରରାଜନୀତିରେ ସକ୍ରିୟ ଭୂମିକା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ଗଞ୍ଜାମ ଜିଲ୍ଲାର ଆଇଟି ସେଲର ସଂଯୋଜକ ଭାବେ ଦାଇତ୍ୱ ମଧ୍ୟ ତୁଲାଇଥିଲେ। ବିଭିନ୍ନ ସମୟରେ ଦଳର ସକ୍ରିୟ କାର୍ଯ୍ୟକାର୍ତ୍ତ ରୂପେ କାର୍ଯ୍ୟକରି ନିଜର ପାରଦର୍ଶିତା ଦେଖାଇଆସିଛନ୍ତି।ଏହା ସହ ସାମାଜିକ ଓ ସଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ ରଖିଛନ୍ତି। ଏହି ଦାଇତ୍ୱ ମିଳିବା ପରେ ମୁଖ୍ୟମନ୍ତ୍ରୀ, ଓ ଗଞ୍ଜାମ ଜିଲ୍ଲାଯୁବ ବିଜେଡି ସଭାପତି ଭବାନୀକାନ୍ତ ସାହୁଙ୍କୁ କୃତଜ୍ଞ ଜଣାଇଛନ୍ତି। ଆଗାମୀ ଦିନରେଯୁବ ସଙ୍ଘଠନକୁ ସଦୃଢ଼ କରିବା ପାଇଁ କାର୍ଯ୍ୟକରିବେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ