ଗୁରୁଦିବସ ରେ ପୂର୍ଣ୍ୟତ୍ମା ରୁବୀ ଗୁରୁମା ଙ୍କ ସ୍ମୃତି ଚାରଣ ସଭା

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ୍ ସନ୍ତୋଷ ପୁର ପଞ୍ଚାୟତ ସାନ ଗୋପାଳ ପୁର ମଲିକେଶ୍ୱର୍ ମନ୍ଦିର ପ୍ରାଙ୍ଗଣ ଠାରେ ଶ୍ରୀ ସାଇ ସରସ୍ଵତୀ ବିଦ୍ୟାମନ୍ଦିର ପ୍ରତିଷ୍ଠାତା ସୁରେଶ ଚନ୍ଦ୍ର ଗୌଡ ଙ୍କ ଦ୍ଵାରା ଆଜି ଗୁରୁ ଦିବସ ପାଳିତ ହୋଇଯାଇଛି । ଆଜି ହେଉଛି ପବିତ୍ର ଗୁରୁଦିବସ ଏହି ଗୁରୁ ଦିବସ ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନର ଭବିଷ୍ୟତ ଏବଂ ପ୍ରଥମ ଗୁରୁ ବାପା ଓ ମା ଙ୍କୁ ଆମେ ପୂଜ୍ୟ କରିବା ସହ ଶିକ୍ଷକ ମାନଙ୍କୁ ସମ୍ମାନ ଜଣାଇ କେମିତି ଆଗାମୀ ଦିନରେ ଭବିଷ୍ୟତ ଗଢ଼ିବା ତାହା ଛାତ୍ରଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ ସୁରେଶ୍ ସାର୍ । ଏହା ପରେ ଆଜି ପୁଣ୍ୟାତ୍ମା ରୁବୀ ଗୁରୁମା ଙ୍କ ଦ୍ଵାଦଶ ଦିବସ ଅବସରରେ ସ୍ମୁତି ଚାରଣ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ୧୪ ନମ୍ବର ଜୋନ ଜିଲ୍ଲା ପରିଷଦ ଗଗନ ସ୍ୱାଇଁ ଯୋଗ ଦେଇଥିଲେ,ଏବଂ ମଲାଡ ସମିତି ସଭ୍ୟ ପ୍ରତିନିଧି ଲିଙ୍ଗରାଜ ମହାପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କୁ ଆଗାମୀ ଦିନରେ ଭବିଷ୍ୟତ ଗଢ଼ିବା ପାଇଁ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ । ଏହି ଗୁରୁ ଦିବସ ଅବସରରେ ହୁମା ପଞ୍ଚାୟତ ର ସରପଞ୍ଚ ଜାନକୀ ଦାସ, ମଲାଡ ପଞ୍ଚାୟତ ସରପଂଚ ମମତା ବେହେରା , ସନ୍ତୋଷ ପୁର ପଞ୍ଚାୟତ ସରପଂଚ ଓ ସମିତି ସଭ୍ୟ ଏବଂ ଗୋପାଳ ପୁର ଗ୍ରାମବାସୀ ବୃନ୍ଦ ଶାନ୍ତି କମିଟି ବୃନ୍ଦ ,ରୁବୀ ଗୁରୂମା ଙ୍କ ସହ ପରିବାର ବର୍ଗ ,ଏବଂ ମୁଖ୍ୟ ବକ୍ତା ତଥା ସଂସ୍କୃତ ଅଧ୍ୟାପକ ପ୍ରଦୀପ କୁମାର ଜେନା ଓ ସାଇସରସ୍ଵତୀ ବିଦ୍ୟା ମନ୍ଦିର ର ସମସ୍ତ କର୍ମ କର୍ତ୍ତା ଓ ଗୁରୁଜି ଗୁରୁମା ବୃନ୍ଦ ରହିବା ସହ ଏହା ପରେ ଖଣ୍ଡିଦେଉଳି ମହା ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ,ସନ୍ତୋଷ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ,ବରିଷ୍ଠ ଶିକ୍ଷକ ବସନ୍ତ ସାହୁ ,ରାଉଳି ବନ୍ଦ ବିଦ୍ୟାଳୟ ର ପି. ନବ ପାତ୍ର ଏବଂ ଶ୍ରୀ ସାଇ ସରସ୍ଵତୀ ବିଦ୍ୟାମନ୍ଦିର ର କଳା ଯମୁନା ପ୍ରତିଷ୍ଠାତା ସୁରେଶ୍ ଚନ୍ଦ୍ର ଗୌଡ ଓ ସମ୍ପାଦିକା ଦୀପ୍ତି ମୟୀ ଗୌଡ ,ପ୍ରଧାନ ଆଚାର୍ଯ୍ୟ ପି .ରବୀନ୍ଦ୍ର ରେଡ୍ଡୀ ,ବରିଷ୍ଠ ଶିକ୍ଷକ କଂଗ୍ରେସ ଜେନା ଙ୍କ ସହ ବିଦ୍ୟାଳୟ ର ମାଳତୀ ଗୁରୁମା,ସ୍ଵର୍ଣ୍ଣ ଗୂରୁମା,ଅନିତା ଗୁରୁମା,ସୁନୀତା ଗୁରୁମା ,ଲକ୍ଷ୍ମୀ ଗୁରୁମା , ମମତା ଗୁରୁମା ଙ୍କ ସହ ଶତାଧିକ ଛାତ୍ରଛାତ୍ରୀ ଓ ବହୁ ଶିକ୍ଷକ ଉପସ୍ଥିତ ରହି ଶୋକ ଓ ସ୍ମୃତି ଚାରଣ ସଭାକୁ ସମ୍ମାନ ଦେଇ ପ୍ରତିପାଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ