ବିଜେଡ଼ିର ସ୍ୱୀକୃତି ଏବଂ ଶଙ୍ଖଚିହ୍ନ ପ୍ରତ୍ୟାହାର ପାଇଁ ଆଇ.ସି.ପି.ର ଦାବି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଜୁ ଜନତା ଦଳର ସ୍ୱୀକୃତି ଏବଂ ଶଙ୍ଖଚିହ୍ନ ପ୍ରତ୍ୟାହାର ପାଇଁ ଇଣ୍ଡିଆନ ସିଟିଜେନସ୍ ପାର୍ଟି ପକ୍ଷରୁ ଭାରତର ନିର୍ବାଚନ କମିଶନଙ୍କ ପାଖରେ ଦାବି କରାଯାଇଛି । ଗତ ସେପ୍ଟେମ୍ବର ୪ ତାରିଖରେ ବିଜୁ ଜନତା ଦଳ ବୈଠକରେ ଭି.କେ ପାଣ୍ଡିଆନଙ୍କ ରିପୋର୍ଟ ଉପସ୍ଥାପିତ ହୋଇ ଆଲୋଚନାରୁ ସ୍ପଷ୍ଟ ପ୍ରମାଣିତ ଯେ ଜଣେ କେନ୍ଦ୍ର ସରକାରୀ ଅଫିସର ଭି.କେ ପାଣ୍ଡିଆନ ଓଡ଼ିଶାର କେତେକ ଅଫିସର ମାନଙ୍କ ଉପରେ ଚାପ ପ୍ରୟୋଗ କରି ଏବଂ ସେମାନଙ୍କୁ ନିୟୋଜିତ କରି ବିଜୁ ଜନତା ଦଳକୁ ନିର୍ବାଚନରେ ବିଜୟୀ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ନବୀନ ପଟ୍ଟନାୟକ ସରକାରୀ ଅଫିସର ମାନଙ୍କୁ ବିଜୁ ଜନତା ଦଳର ରାଜନୈତିକ ସାଂଗଠନିକ କାର୍ଯ୍ୟକ୍ରମରେ ନିୟୋଜିତ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନ ଜାବୁଡ଼ି ଧରିଛନ୍ତି । ତେଣୁ ଭାରତର ନିର୍ବାଚନ କମିଶନ ତୁରନ୍ତ ବିଜୁ ଜନତା ଦଳର ସ୍ୱୀକୃତି ଏବଂ ଶଙ୍ଖ ଚିହ୍ନ ପ୍ରତ୍ୟାହାର କରିବାକୁ ଇଣ୍ଡିଆନ ସିଟିଜେନସ୍ ପାର୍ଟି (ଆଇ.ସି.ପି) ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ୍ ବିବୃତ୍ତିରେ ଦାବି କରିଛନ୍ତି ।