ଡବ୍ଲ୍ୟୁ ଡବ୍ଲୁ ଏଫ ପକ୍ଷରୁ ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ପାଳିତ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ଜିଲ୍ଲା ବଟେଶ୍ୱର ବେଳାଭୂମିରେ ଡବ୍ଲ୍ୟୁ ଡବ୍ଲୁ ଏଫ ପକ୍ଷରୁ ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ଅବସରରେ ବେଳାଭୂମି ସଫେଇ କରାଯାଇଛି। ଏହି ଅବସରରେ ସଂଗଠନ ର ସଂଯୋଜକ ସ୍ୱାଧି ସିନ୍ଧୁରା ଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବଟେଶ୍ୱର ଠାରୁ ନୂଆ ପୋଡମପେଟା ପର୍ଯ୍ୟନ୍ତ ବେଳାଭୂମି ସଫେଇ କରାଯାଇଥିଲା। ବିଶେଷ କରି ଋଷିକୂଲ୍ୟା ମୁହାଣ ରେ ଅବସ୍ଥିତ ଏହି ବେଳାଭୂମି କୁ ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ସମୁହ ଅଣ୍ଡାଦାନ ପାଇଁ ଏଠାକୁ ଆସି ଥାଆନ୍ତି। ତେଣୁ ପରିବେଶରେ ଏହି ବେଳାଭୂମି ସଫେଇ ବେଶ୍ ଗୁରୁତୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ସଂଗଠନ ପକ୍ଷରୁ ଏହାର ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ସ୍ଵାଧି ସିନ୍ଦୁରା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସଂଗଠନର ସଦସ୍ୟଙ୍କ ସମେତ ନିଲାଦ୍ରିପୁର ଲାବନ୍ୟ ଶ୍ରମିକ ଉଚ୍ଛ ବିଦ୍ୟାଳୟର ବିଦ୍ୟାର୍ଥୀ ମାନେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ