ଭଞ୍ଜନଗର ରେ ଲୋକ ଅଦାଲତ ଅନୁଷ୍ଠିତ
ଭଞ୍ଜନଗର , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଜଜଙ୍କ ଅଧ୍ୟକ୍ଷତାରେ ୪ର୍ଥ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଦାଲତରେ ୨୪ଟି ମଟର ଗାଡି ସମ୍ବନ୍ଧୀୟ ମାମଲାରେ ମୋଟ ୭୭ ଲକ୍ଷ ୧୩ ହଜାର ଟଙ୍କା, ସବ ଜଜ କୋର୍ଟରେ ୫ଟି ମାମଲାରୁ ୧୧ ଲକ୍ଷ ୫୯ ହଜାର ୧୭୩ ଟଙ୍କା ଆଦାୟ କରାଯାଇଥିବାବେଳେ, ଏସ. ଡି. ଜେ. ଏମ କୋର୍ଟ ରେ ୧୦ଟି ଓ ଜେ. ଏମ. ଏଫ. ସି କୋର୍ଟରେ ଗୋଟିଏ ମାମଲାର ଫଇସଲା ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ . ଡି. ଜେ ହେମନ୍ତ କୁମାର ସେଠି, ସଭ୍ୟ ଡ଼. ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଅଳକା ମଞ୍ଜରୀ ପଟ୍ଟନାୟକ, ଓକିଲ ସଙ୍ଘ ସଭାପତି ଅଭିମନ୍ୟୁ ଗୌଡ଼, ଏବଂ ବରିଷ୍ଠ ଓକିଲ ସନ୍ତୋଷ ତିଆଡ଼ି, ବଂଶୀଧର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।