ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ୱର୍ଗତ ସିମାଞ୍ଚଳ ରେଡ୍ଡୀଙ୍କ ୧୩ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ମୃତି ସଭା
ଛତ୍ରପୁର, (ଦେବଦତ୍ତ ମହାରଣା):ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଲଢୁଆନେତା ତଥା ପୂର୍ବତନ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ସ୍ୱର୍ଗତ ଏନ.ସିମାଞ୍ଚଳ ରେଡ୍ଡୀ ୧୩ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶୁକ୍ରବାର ଚମାଖଣ୍ଡି ସ୍ଥିତ ଦଳୀୟ କାର୍ଯ୍ୟାଳୟ ପରିସରରେ ପୂର୍ବତନ ସମିତି ସଭ୍ୟ ଭାଗିରଥୀ ପ୍ରଧାନ ଙ୍କ ପୈାରହିତ୍ୟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସମ୍ପାଦକ ଅଭୟ ସାହୁ, ଜାତୀୟ ପରିଷଦ ସଭ୍ୟ ଆଶିଷ କାନୁନ ଗୋ , ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର , ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ, ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ.ଜନାର୍ଦ୍ଦନ ରେଡ୍ଡୀ, ସହ-ସମ୍ପାଦକ ଏନ.ଗିରିଜା ପ୍ରସାଦ ରେଡ୍ଡୀ ଓ ଗୁରୁନାଥ ପ୍ରଧାନ, ଛତ୍ରପୁର ଜୋନ ସହ-ସମ୍ପାଦକ ଦୁର୍ଯ୍ୟୋଧନ ପରିଡା ଓ ରାଜେନ୍ଦ୍ର ନାହାକ, ଗଂଜାମ ଜୋନ ସମ୍ପାଦକ ବି.ଦଣ୍ଡପାଣି ପାତ୍ର , ସହ-ସମମେ।।ଦକ ଦୀନବନ୍ଧୁ ନାୟକ, ପୂର୍ଣ୍ଣ ଚନ୍ଦ୍ର ରଥ , ଆଇନଜିବୀ ଆଦିତ୍ୟ ମିଶ୍ର, ସିଏଚ ସତ୍ୟନାରାୟଣ ରେଡ୍ଡୀ, ନାରୀନେତ୍ରୀ ଏନ.ଭାନୁମତୀ ରେଡ୍ଡୀ, ଶ୍ରମିକ ନେତା କେ.ଗଣେଷ ରେଡ୍ଡୀ, ଦୁର୍ଯ୍ୟୋଧନ ନାହାକ, ଡଃ ଦୁର୍ଯ୍ୟୋଧନ ପ୍ରଧାନ, ଏନ.ସୁକାନ୍ତ ଆଚାରୀ, ଏସ.ତ୍ରିନାଥ ରେଡ୍ଡୀ, , ପୂର୍ବତନ ସମିତି ସଭ୍ୟ ମଥୁରା ଚରଣ ସୁବୁଦ୍ଧି , ଯୁବନେତା ମାଗୁଣୀ ବିଷୋୟୀ , ଏନ ମୁନାପାତ୍ର , ସନିଆ ପ୍ରଧାନ ଓ ନବୀନ ଗୈାଡଙ୍କ ସମେତ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବହୁ ଦଳୀୟ ନେତା ଓ କର୍ମୀ ମାନେ ଯୋଗଦେଇ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ୱର୍ଗତ ରେଡ୍ଡୀଙ୍କ ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭରେ ଦଳୀୟ ନେତା ଓ କର୍ମୀ ମାନେ ସ୍ୱର୍ଗତ ରେଡ୍ଡୀ ଙ୍କ ସ୍ମୃତି ସ୍ତମ୍ଭ ନିକଟରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।


