ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ ଥର ପାଇଁ ରାଜ୍ୟସରକାର ପକ୍ଷରୁ ସ୍ୱତନ୍ତ୍ର ପ୍ରୟାସ ମାଧ୍ୟମ ରେ ରାଜ୍ୟର ବିଭିନ୍ନ ଅନୁସୂଚିତ ଜାତି ଓ ଜନଜାତି ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀ ଓ ଅଭିଭାବକ ଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ପୂର୍ବାହ୍ନ ରେ କୋଣାର୍କ ଥାନାଛକ ସ୍ଥିତ ଆଶ୍ରମ ସ୍କୁଲ ପରିସରରେ ପିତାମାତ ଓ ଅଭିଭାବକ ସହଭାଗୀତା ବୈଠକ ମହାସମାରୋହ ରେ ଅନୁଷ୍ଠିତ ହୋଇଛି ।ପ୍ରଥମେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯିବା ପରେ ପ୍ରଧାନ ଶିକ୍ଷୟତ୍ରୀ ସୁଲଚନା ବେହେରା ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିଲେ। ଶିକ୍ଷା ତ୍ରିଭୁଜ ର ତିନୋଟି ଅଭିର୍ଣ୍ଣ ଅଙ୍ଗ ଛାତ୍ର,ଶିକ୍ଷକ ଓ ଅଭିଭାବକ ସୁସ୍ଥ ପରିବେଶ ରୁ ମହକ ତିଆରି କରିବାର କଳା ବିଦ୍ୟାଳୟ ପରିବେଶ ରୁ ହିଁ ଶିଶୁ କୁ ଉତ୍ତମ ନାଗରିକ ଭାବେ ଗଢି ତୋଳିଥାଏ । ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଅନୁସୁଚିତ ଜାତି ଓ ଜନଜାତି ବିଭାଗର ଉପ ନିର୍ଦ୍ଦେଶିକା ସଂଘମିତ୍ରା ଦାସଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି,ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଭାତ କୁମାର ସିଂ,କୋଣାର୍କ ଏନ ଏସି ଅଧକ୍ଷା ସଂଯୁକ୍ତା ତ୍ରିପାଠୀ, ଗୋପ ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ ଅଶ୍ୱିନୀ କୁମାର ପ୍ରଧାନ,ସତ୍ୟବ୍ରତ ନାୟକ ପ୍ରମୁଖ ଯୋଗଦେଇ ଶିକ୍ଷା ହିଁ ସମାଜ ପରିବର୍ତନ ର ଏକ ମାତ୍ର ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ ।ପିତାମାତା ଓ ଅଭିଭାବକ ମାନଙ୍କ ସହଯୋଗ ରେ ତ୍ୱରାନ୍ୱିତ କରାଯାଇ ଲକ୍ଷ୍ୟସ୍ଥଳ ରେ ଉପନୀତ ହୋଇପାରିବ ବୋଲି ମତପ୍ରକାଶ ପାଇଥିଲା ।ଅନରୁପ ଭାବେ କୋଣାର୍କ ବସଷ୍ଟାଣ୍ଡ ସ୍ଥିତ ସରକାରୀ ଉଚ ବିଦ୍ୟାଳୟ ପରିସରରେ ପିତାମାତା ଓ ଅଭିଭାବକ ସହ ଭାଗିତା ବୈଠକ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ଗୋପ ବ୍ଲକ ବିଡ଼ିଓ ଦୀପ୍ତିରାଣୀ ଦାସ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ,କରମଙ୍ଗା କ୍ଲଷ୍ଟର ସିଆରସିସି କୃଷ୍ଣ ଚନ୍ଦ୍ର ବଲବନ୍ତରାୟ, ପ୍ରଧାନ ଶିକ୍ଷକ ନିହାର ପ୍ରସାଦ ଲେଙ୍କା ପ୍ରମୁଖ ଯୋଗଦେଇ ପିତାମାତା ଓ ଅଭିଭାବକ ସହଭାଗିତା କୁ ନେଇ ଛାତ୍ରଛାତ୍ରୀ ମାନେ ଉତ୍ତମ ଶିକ୍ଷା ପାଇବା ସହିତ ସମାଜ ରେ ଏକ ଉତ୍ତମ ନାଗରିକ ଭାବେ ଗଢିତୋଳି ଥାଏ । ଉଭୟ ବିଦ୍ୟାଳୟ ରେ ଅଭିଭାବକ ଓ ଛାତ୍ରଛାତ୍ରୀ ଙ୍କୁ ନେଇ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିଲା ।ବିଶେଷ ଭାବେ ସରକାରୀ ଉଚ ବିଦ୍ୟାଳୟ ରେ ଓଡ଼ିଶାର ବିଶିଷ୍ଠ ବାଲୁକା ଶିଳ୍ପ ଶିଳ୍ପା ସରିତା ଗୋଛୟତ ଙ୍କ ଦ୍ଵାରା ଆମେ” ଜାଣିବା ଆମେ ଜିତିବା” ଆମେ ଗଢିବା ନୂଆ ଓଡ଼ିଶା କୁ ନେଇ ସୁନ୍ଦର ବାଲୁକା କଳା ପଦର୍ଶନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ କୁ ଆଶ୍ରମ ସ୍କୁଲ ର ଶିକ୍ଷକ ଦୀପକ କୁମାର ପ୍ରଧାନ ,ସୁନ୍ଦର ମୋହନ ମାଝୀ, ଶିକ୍ଷୟତ୍ରୀ ଚିନ୍ମୟୀ ପାଢ଼ୀ, ଗୀତାଞ୍ଜଳି ସ୍ୱାଇଁ, ଙ୍କ ସମେତ ସରକାରୀ ଉଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାରପଣ୍ଡା,ସୂର୍ଯ୍ୟନାରାୟଣ ମିଶ୍ର , ବନଜା ମହାନ୍ତି,ଦୀପିକା ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ