ମହିଳା ସୁରକ୍ଷା କମିଟିର ସଦସ୍ୟ ହେଲେ ରତିକାନ୍ତ

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ମହିଳା ସୁରକ୍ଷା କମିଟିର ସଦସ୍ୟ ଭାବେ ବ୍ଲକ ଉପାଧ୍ୟକ୍ଷ ତଥା ସମାଜସେବୀ ରତିକାନ୍ତ ରାଉତ ମନୋନୀତ ହୋଇଛନ୍ତି । ହାଟଡିହି ତହସିଲଦାର ତାଙ୍କୁ ଏହି କମିଟିର ସଦସ୍ୟ ଭାବେ ମନୋନୀତ କରିଛନ୍ତି । ଏନେଇ କେନ୍ଦୁଝର ଜିଲ୍ଲାପାଳ, ଆନନ୍ଦପୁର ଉପ ଜିଲ୍ଲାପାଳ, ଆନନ୍ଦପୁର ଏସଡିପିଓ ଏବଂ ନନ୍ଦିପଦା, ଆନନ୍ଦପୁର, ସୋସୋ ଥାନା ଅଧିକାରୀ ମାନଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି । ଏହି କମିଟିରେ ହାଟଡିହି ସବଟ୍ରେଜେରୀ ଅଫିସର ଗୋବିନ୍ଦ ଚନ୍ଦ୍ର ସାହୁ ଏହାର ଅଧ୍ୟକ୍ଷ ଥିବାବେଳେ ସମାଜସେବୀ ରତିକାନ୍ତ ରାଉତ, ରାଜସ୍ୱ ନିରୀକ୍ଷକ ଦିପ୍ତିମୟୀ ସାହୁ ଓ ଜେ.ଆର.ଏ ସୀପାମୁଦ୍ରା ଜେନା ଏହାର ସଦସ୍ୟ ଅଛନ୍ତି । ବ୍ଲକ ଉପାଧ୍ୟକ୍ଷ ତଥା ସମାଜସେବୀ ରତିକାନ୍ତ ରାଉତଙ୍କ କାର୍ଯ୍ୟଧାରାକୁ ଦେଖି ତାଙ୍କୁ ଏହି କମିଟିର ସଦସ୍ୟ ଭାବେ ପ୍ରଶାସନ ପକ୍ଷରୁ ମନୋନୀତ କରାଯାଇଛି । ଯାହାକୁନେଇ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ତାଙ୍କୁ ଏପରି ଏକ ପଦବୀରେ ରଖା ଯାଇଥିବାରୁ ସେ କମିଟିର କାର୍ଯ୍ୟଧାରା ଅନୁଯାଇ କାମ କରିବା ସହିତ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ