ବିଭିନ୍ନ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଯୋଗଦାନ
ବୁଗୁଡା, (ଅନିଲ କୁମାର ମହାରଣା):ପୋଲସରା ଓ ବୁଗୁଡା ବ୍ଳକର ବିଭିନ୍ନ କାର୍ଯ୍ୟକ୍ରମ ରେ ସେପ୍ଟେମ୍ବର ୨୪ ତାରିଖ ଦିନ ପୋଲସରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିବା ଜଣାପଡ଼ିଛି। ପୋଲସରା ବ୍ଲକ୍ ଅନ୍ତର୍ଗତ ଜେମାଦେଇପୁର ଶାସନ ଗ୍ରାମର କନ୍ଧୁଣି ସ୍ୱାଇଁ ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି। ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ କଳମ୍ଵ ଗ୍ରାମର ମିଥୁନ ରାଉତ ( ୨୭) ଆକସ୍ମିକ ମୃତ୍ୟୁ ବରଣ କରିଥିଲେ। ବିଧାୟକ ଶ୍ରୀ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହି ଅବସରରେ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ ବିଧାୟକ ଶ୍ରୀ ସାହୁ ପ୍ରତାପ ଧନଞ୍ଜୟ ପୁର ଶାସନ ଗ୍ରାମକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ସେହିପରି ଗୁଡ଼ିପଲ୍ଲୀ ଗ୍ରାମକୁ ବିଧାୟକ ଶ୍ରୀକାନ୍ତ ସାହୁ ଯାଇ ଲୋକମାନଙ୍କ ସମସ୍ୟା ବୁଝିବା ସହ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। କରଚୁଲି ଗ୍ରାମରେ ବିଧାୟକ ଶ୍ରୀ ସାହୁ ଯୋଗ ଦେଇ ପ୍ରବଚନ ମଣ୍ଡପର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହିତ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ତାକରଡ଼ା ଗ୍ରାମ ପଞ୍ଚାୟତର ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକରେ ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ସଙ୍ଗଠନକୁ ମଜଭୁତ କରିବା ପାଇଁ ଆହ୍ୱାନ ଦେଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ବିଭିନ୍ନ ହନହିତକର ଯୋଜନା ଗୁଡିକ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ।