ଗୋବରା ରେ ଶାନ୍ତି ହୋମଯଜ୍ଞ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଲକ ଗୋବରା ସ୍ଥିତ ଗ୍ରାମ ଇଷ୍ଟ ଠାକୁର ଶ୍ରୀ ଶ୍ରୀ ଦଧିବାମନ ସ୍ୱାମୀ ମଣ୍ଡପ ଠାରେ ପ୍ରତିବର୍ଷ ପରି ଶାନ୍ତି ହୋମଯଜ୍ଞ ପରିଚାଳନା କମିଟି ସଦସ୍ୟ ରାମକୃଷ୍ଣ ପାତ୍ର ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଥିଲା l କର୍ତ୍ତା ରୂପେ ଅବସରପ୍ରାପ୍ତ ଶିକ୍ଷକ ପଣ୍ଡିତ ସୁରେନ୍ଦ୍ର ପାତ୍ର ଯୋଗଦେଇ ହୋମ ରେ ସହଯୋଗ କରିଥିଲେ l ଗ୍ରାମ ର ପୁରୋହିତ ତପନ କୁମାର ଶତପଥୀ ଓ ନାରାୟଣ ହୋତା ଙ୍କ ନେତୃତ୍ୱ ରେ ହୃଷିକେଶ ଦାସ, ଅଜିତ କୁମାର ଶତପଥୀ, କାହ୍ନୁ ଚରଣ ହୋତା, ଅଜିତ କୁମାର ଶତପଥୀ, ସତ୍ୟନାରାୟଣ ତ୍ରିପାଠୀ ପୁରୋହିତ ଯୋଗ ଦେଇଥିଲେ l ଆଜି କୁ ୧୦୦ବର୍ଷ ପୂର୍ବରୁ ଏହି ହୋମଯଜ୍ଞ ଏହି ସମୟ ହୋଇଆସୁଥିବା ଗ୍ରାମବାସୀ ପ୍ରକାଶ କରୁଛନ୍ତି l ଗ୍ରାମବାସୀ ବିଶ୍ୱାସ ଅଛି ଏହି ଯଜ୍ଞ ଦ୍ୱାରା ଗ୍ରାମ ରେ ଶାନ୍ତି ବଜାଇ ରହିଛି l ଆଜିର କାର୍ଯ୍ୟକ୍ରମ ରେ ପରିଚାଳନା ସଦସ୍ୟ ସୁଦର୍ଶନ ସାହୁ, ତ୍ରିନାଥ ଗୌଡ଼, ବିଭୁ ପାଦ ଜେନା, ଶ୍ରୀନିବାସ ସାହୁ, ରାମଚନ୍ଦ୍ର ପାତ୍ର,ସନୁଜ ସ୍ୱାଇଁ, ମନ୍ଦିର ପୂଜକ ସଞ୍ଜୟ ପାଣିଗ୍ରାହୀ, ରାମ ଚନ୍ଦ୍ର ପାତ୍ର,ଜଗନ୍ନାଥ ଚୌଧୁରୀ, ବିଜୟ ସାହୁ, ଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ