ଗଞ୍ଜାମ ଷ୍ଟେସନ ରେ ହୀରାଖଣ୍ଡ ଓ ପୁରୀ ତିରୁପତି ପୁନଃ ରହଣି ଦାବୀ

ଗଞ୍ଜାମ, (ବିନୋଦ ପଲାଇ) :ଗଞ୍ଜାମରେଳ ଷ୍ଟେସନ ରେ ହୀରାଖଣ୍ଡ ଏବଂ ପୁରୀ -ତିରୁପତି ଏକ୍ସ ପ୍ରେସ ପୁନଃ ରହିବା ନେଇ ପୂର୍ବତନ ଉପ ଵାଚସ୍ପତି ତଥା ରାଜ୍ୟ କୃଷି ଓ କୃଷକ ସଶକ୍ତ କରଣ ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା ଗତ ସପ୍ତାହ ରେ ନୂଆଦିଲ୍ଲୀସ୍ଥିତ ରେଳଭବନ ରେ ରେଳ ମନ୍ତ୍ରାଳୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି l ଏହି ସଂକ୍ରାନ୍ତୀୟ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l ଇତି ମଧ୍ୟରେ ଆମ ଅନୁଷ୍ଠାନ ପକ୍ଷରୁସ୍ଥାନୀୟ ସାଂସଦ ବିଧାୟକ, ଙ୍କୁ ଲିଖିତ ଭାବେ ଏହି ଦାବୀ ସମ୍ପର୍କ ରେ ଜଣାଇଛୁ l ଗଞ୍ଜାମ ଏନ ଏ ସି ଅଧକ୍ଷା, ଉପାଧ୍ୟକ୍ଷ, ସମସ୍ତ କାଉଁସିଲର ସମେତ ଅନ୍ୟାନ୍ୟ ପଞ୍ଚାୟତ ପ୍ରତିନିଧି ଙ୍କୁ ଜଣାଇବା ସହ ଆନ୍ଦୋଳନ ରେ ସାମିଲ ହେବା ନେଇ ଅନୁରୋଧ କରିଛୁ l ଗଞ୍ଜାମ ବୁଢ଼ୀ ଠାକୁରାଣୀ ଅଟୋ ଚାଳକ ସଙ୍ଘ ର କର୍ମକର୍ତ୍ତା ଙ୍କ ସହିତ ଆଲୋଚନା କରିଛନ୍ତି l ସେମାନେ ସହଯୋଗ କରିବା ନେଇ ପ୍ରତିଶୃତି ଦେଇଛନ୍ତି l ଗଞ୍ଜାମ ପ୍ରେସ କ୍ଳବ, ଗଞ୍ଜାମ ମିଡ଼ିଆ ହାଉସ, ଗଞ୍ଜାମ ବଡ଼ବଜାର ବଣିକ ସଙ୍ଘ ଏବଂ ସାନବଜାର ବଣିକ ସଙ୍ଘ ଙ୍କୁ ସହଯୋଗ ପାଇଁ ପତ୍ର ମାଧ୍ୟମରେ ଅନୁରୋଧ କରିଛୁ l ଗ୍ରାସୀମ କମ୍ପାନୀ ର ବିଭିର୍ଣ୍ଣ ଶ୍ରମିକ ସଂଗଠନ ଙ୍କୁ ଏହି ଆନ୍ଦୋଳନ ରେ ସାମିଲ ପାଇଁ ଲିଖିତ ଭାବେ ଅନୁରୋଧକରିଛୁ l ଏଥି ସହ ବିଭିର୍ଣ୍ଣ ଅନୁଷ୍ଠାନ ମାନଙ୍କୁ ଏଥିରେ ସାମିଲ ହେବା ନେଇ ଆମ ଅନୁଷ୍ଠାନ ଅନୁରୋଧ କରୁଅଛୁ l ଆସନ୍ତା ଅକ୍ଟୋବର ୨ତାରିଖ ଦିନ ଆମ କାର୍ଯ୍ୟାଳୟ ଠାରୁ ଦିନ 9ଟାରେ ଷ୍ଟେସନ ଅଭିମୁଖେ ଶୋଭାଯାତ୍ରା ବାହାରିବା ନେଇ ନିଷ୍ପତ୍ତି ହୋଇଛି l ସୂଚନା ଯୋଗ୍ୟ ଗତ ଦେଢ଼ ବର୍ଷ ରୁ ଉର୍ଦ୍ଧ ଏହି ଦାବୀ ନେଇ ରେଳ ବାଇ କତ୍ତୃପକ୍ଷ ଙ୍କ ସହ ଆମ ଅନୁଷ୍ଠାନ ଜଣାଇ ଆସୁଛୁ l କିନ୍ତୁ ରେଳବାଇ କତ୍ତୃପକ୍ଷ ଏହି ଦାବୀ ପ୍ରତି ଗୁରୁତ୍ୱ ଦେଲେ ନାହିଁ l ତେଣୁ ଗତ ସେପ୍ଟେମ୍ବର ୧,୨୦୨୩ ରେ ରେଳବାଇ ପ୍ରବନ୍ଧକ ଇଷ୍ଟକୋଷ୍ଟ ରେଳ ବାଇ ଭୁବନେଶ୍ୱର, ଡି ଆର ଏମ ଙ୍କ ସମେତ ମୁଖ୍ୟମନ୍ତ୍ରୀ ଜ଼ିଲ୍ଲାପାଳ ଏବଂ ଗଞ୍ଜାମ ଏସ ପି ଙ୍କୁ ଜଣାଇଦିଆଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ