“ସହଭାଗିତାରେ ଅବିଭାବକ” କାର୍ଯ୍ୟକ୍ରମ ଉଦଯାପିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ଯଶିପୁର ବ୍ଲକ ଶିମିଳିପାଳର ମଧ୍ଯ ଭାଗରେ ଥିବା ବରେହିପାଣି ଆଶ୍ରମ ବିଦ୍ୟାଳୟ ପରିସରରେ “ଅଭିଭାବକଙ୍କ ସହଭାଗିତା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁଆଁପାଲ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମାନ ପ୍ରଦ୍ୟୁମ୍ନ କୁମାର ଦାଶ, ମୁଖ୍ୟ ବକ୍ତା ଭାବରେ ସୀଙ୍ଗାରପୂର୍ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶରତ କୁମାର ସିଠ, ସମ୍ମାନୀତ ଅତିଥି ଭାବରେ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଅଭିଜିତ ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ର ଚେୟାରମେନ ଶ୍ରୀମାନ ଲବ ମର୍ଣ୍ଡି , ମହିଳା ସ୍ବାସ୍ଥକର୍ମୀ ବାସନ୍ତୀ ମହାନ୍ତ, ସ୍ଵାସ୍ଥ୍ୟ ପରିଦର୍ଶକ ରଞ୍ଜନ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ମଞ୍ଚାସୀନ ହୋଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ସେଠୀ ବିଦ୍ୟାଳୟ ସମର୍କିତ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ । ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ତଥା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ସମସ୍ତ ଯୋଜନା ସମ୍ପର୍କରେ ଅତିଥି ଗଣ ଅଭିଭାବକ ତଥା ପିତାମାତାଙ୍କୁ ସୂଚନା ପ୍ରଦାନ କରିଥିଲେ। ବିଦ୍ୟାଳୟର ଶିକ୍ଷକଗଣ ଶିଶୁଙ୍କ ଅଧିକାର , ସୁରକ୍ଷା ଓ ନିରାପତ୍ତା ତଥା ଜୀବନ କୌଶଳ ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ଦିଗକୁ ଅବିଭାବକ ତଥା ପିତା ମାତା ଙ୍କୁ ଅବଗତ କରିଥିଲେ ।ଛାତ୍ର/ଛାତ୍ରୀଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବକ୍ତୃତା, ରଙ୍ଗୋଲି, ଚିତ୍ରାଙ୍କନ ପ୍ରତିଯୋଗିତାରେ ଉଭୟ ଛାତ୍ରଛାତ୍ରୀ ଓ ଅବିଭାବକ ଅଂଶ ଗ୍ରହଣ କରିଥିଲେ l ଶ୍ରେଷ୍ଠ ବିବେଚିତ ହୋଇଥିବା ପ୍ରତିଯୋଗୀଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ । ଦ୍ଵିତୀୟ ଅଧିବେଶନରେ ଅଭିଭାବକ ଗଣ ବିଦ୍ୟାଳୟରେ ଲାଗିଥିବା ଓଡିଶା ସରକାରଙ୍କ ବିଭିନ୍ନ ବିଭାଗର ଷ୍ଟଲ କୁ ବୁଲି ଦେଖିଥିଲେ ଓ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଅଧିକାରୀଙ୍କୁ ପଚାରି ବୁଝିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବିଭିନ୍ନ କୃତିତ୍ୱକୁ ନେଇ ହୋଇଥିବା ଫଟୋ ଗ୍ୟାଲେରୀକୁ ମଧ୍ୟ ଅତିଥି ଓ ଅଭିଭାବକ ଗଣ ବୁଲି ଦେଖିଥିଲେ।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ସହକାରୀ ଶିକ୍ଷକ ପ୍ରସନ୍ନ କୁମାର୍ ନାଏକ ପରିଚାଳନା କରିଥିବା ବେଳେ ସିଙ୍ଗାରପୁର ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଣବ କିଶୋର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଗଣ ସହଯୋଗ ପ୍ରଦାନ୍ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ