ଲୋକଙ୍କ ଭରସା କ୍ଵାକ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୂରଭଞ୍ଜ ଜିଲ୍ଲା ଶୁକ୍ରୁଳୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଗ୍ରାମାଞ୍ଚଳ ଗୁଡିକ ରେ ରହିଛି ଅନେକ ସ୍ବାସ୍ଥ୍ୟ ଉପକେନ୍ଦ୍ର , ଗ୍ରାମାଞ୍ଚଳ ର ସ୍ବାସ୍ଥ୍ୟ ସେବା କୁ ସୁଦୃଢ଼ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ତରଫରୁ ଅନେକ ଯୋଜନା ଥିବା ବେଳେ , ଫେଲ୍ ମାରିଚି ଗ୍ରାମାଞ୍ଚଳ ରେ ସ୍ବାସ୍ଥ୍ୟ ସେବା, ସ୍ବାସ୍ଥ୍ୟ ସେବା ରେ ଉନ୍ନତି ଆଣିବା ପାଇଁ ବିଭାଗ ତରଫରୁ ସି ଏଚ ଓ ପୋଷ୍ଟିଂ ପାଇଥିବା ବେଳେ , ଏମାନଙ୍କ ଅବହେଳା ପାଇଁ ଉପରବେଳା ବନ୍ଦ ରହୁଛି ଅନେକ ସ୍ବାସ୍ଥ୍ୟ କେନ୍ଦ୍ର , ତେଣୁ ରୋଗୀ ଆବଶ୍ୟକୀୟ ଚିକିତ୍ସାସେବା ପାଇନପାରି ବାଧ୍ୟ ହୋଇ କ୍ଵାକ କିମ୍ବା ବେସରକାରୀ ଚିକିତ୍ସା କରୁଛନ୍ତି ମୟୁରଭଞ୍ଜ ଜିଲ୍ଲା ଏକ ଆଦିବାସୀ ବହୁଳ ଓ ଅବହେଳିତ ପଛୁଆ ଜିଲ୍ଲା ହୋଇଥିବା ବେଳେ ଅଧିକାଂଶ ଲୋକ ଗରିବ ଓ ଅଶିକ୍ଷିତ ଅଟନ୍ତି କାହାର ଟିକିଏ ଦେହଖରାପ ହେଲେ କାମଦାମ ସାରି ଚିକିତ୍ସା ନିମନ୍ତେ ସ୍ୱାସ୍ଥ୍ୟ ଉପକେନ୍ଦ୍ର କୁ ଆସିଲେ କେନ୍ଦ୍ର ବନ୍ଦ ରହୁଛି ବାଧ୍ୟ ହୋଇ ଗରିବ ଶ୍ରେଣୀର ଲୋକେ ପ୍ରାଇଭେଟ କ୍ଲିନିକ କୁ ଯାଇ ଖର୍ଚ୍ଚାନ୍ତ ହେବା ସହିତ କିଛି କ୍ଵାକ ଙ୍କ ହାବୁଡ଼ରେ ପଡି ରୋଗ କୁ ବଢେଇବା ସହିତ ନିଜ ଜୀବନକୁ ବାଜିରେ ଲଗାଉଛନ୍ତି ତାହାଲେ ଏଠାରେ ପ୍ରଶ୍ନ ଆସିଚି , ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇଛି ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ସହିତ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିମନ୍ତେ ଶହ ଶହ ଟଙ୍କା ଖର୍ଚ୍ଚ କରିବା ସହିତ ସି ଏଚ୍ଚ ଓ ମାନଙ୍କୁ ମୋଟା ଅଙ୍କର ଦରମା ଦେଇ ନିଯୁକ୍ତି କରାଯାଇଥିବାବେଳେ ସକାଳ ବେଳା କୁ ଛାଡ଼ି ଦେଲେ ସି ଏଚ୍ଚ ଓ ମନେ ଅନ୍ୟ ସମୟରେ ଡିଉଟି କରୁ ନ ଥିବାରୁ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି ଗ୍ରାମାଞ୍ଚଳ ର ନିରୀହ ଜନସାଧାରଣ , ଏ ବାବଦରେ ଆମେ ଉପରିସ୍ଥ ଅଧିକାରୀଙ୍କୁ ପଚାରିଲେ ସେମାନେ ଡିଉଟି କରିବା କଥା ବୋଲି ଆମ ପ୍ରତିନିଧି ଙ୍କୁ ପ୍ରତିକ୍ରିୟା ରେ କହିଛନ୍ତି


