ଅଜଣା ଲୋକର କଙ୍କାଳ ଉଦ୍ଧାର
ଗୋପାଳପୁର, (ରମେଶ କୁମାର ସାହୁ):ଗୋପାଳପୁର ଥାନା ଅନ୍ତର୍ଗତ ହାତିପାଦୁ ଗ୍ରାମ ନିକଟରେ ଥିବା ଏକ କାଜୁ ଜଙ୍ଗଲରୁ ଅଜଣା ଲୋକର କଙ୍କାଳକୁ ପୁଲିସ ଉଦ୍ଧାର କରିଛି l ସୂଚନା ମୁତାବକ ଆଜି ସକାଳେ କାଜୁ ଜଙ୍ଗଲ ମଧ୍ୟରେ କଙ୍କାଳଟି ପଡ଼ିଥିବାଦେଖି ସ୍ଥାନୀୟ ସରପଞ୍ଚକୁ ଲୋକେ ଜଣାଇଥିଲେ l ପରେ ସରପଞ୍ଚ ଥାନାକୁ ଖବର ଦେଇଥିଲେ l ଖବର ପାଇଁ ଥାନା ଏସ ଆଇ ମହେନ୍ଦ୍ର ବେହେରା, ହାବିଲଦାର ଅଜୟ କୁମାର ଶତପଥୀଙ୍କ ସମେତ ଏକ ପୁଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ l ପରେ ସାଇଣ୍ଟିଫିକ ଟିମ ପହଞ୍ଚି ନମୁନା ସଂଗ୍ରହ କରିଥିଲେ l ପରେ ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ମେଡିକାଲକୁ ପଠାଯାଇଥିବା ବେଳେ ବ୍ୟବଛେଦ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ପୁଲିସ କହିଛି l


