ପାଚିକା ସାଜିଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ, ଶିକ୍ଷାଦାନ ବ୍ୟାହତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଗତ କିଛିଦିନ ହେଲା ବିଦ୍ୟାଳୟରେ କାମ କରୁଥିବା ପାଚିକା ସହାୟିକା ମାନେ ଆନେ୍ଦାଳନରେ ବସିଥିବାବେଳେ ଏବେ ସ୍କୁଲର ମଧ୍ୟାହ୍ନ ଭୋଜନ ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପାଚିକା ସାଜିଛନ୍ତି ତ ଆଉ କେଉଁଠି ଭଡାରେ ପାଚିକା ଅଣାଯାଇ ରେଷେଇ କରାଯାଉଛି । ବ୍ଲକରେ ତବବା ୨୬୫ଟି ସ୍କୁଲରେ ଏପରି ଅବସ୍ଥା ଦେଖିବାକୁ ମିଳିଛି । ଆଜି ଛେନାପଦି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ରୋଷେଇ କରୁତôବା ଦେଖିବାକୁ ମିଳିଥିଲା । ଏଠାରେ ପ୍ରଥମରୁ ୮ମ ପର୍ଯ୍ୟନ୍ତ ୧୪୯ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ଏଠାରେ ପାଚିକା ସହାୟିକା ମାନେ ଆନେ୍ଦାଳନ ଯୋଗୁଁ ଆସୁନଥିବାରୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବାଧ୍ୟ ହୋଇ ନିଜେ ରୋଷେଇକରି ମଧ୍ୟାହ୍ନ ଭୋଜନ ପରିଚାଳନା କରୁଛନ୍ତି । ଶିକ୍ଷୟତ୍ରୀ ଉମାମଣି ପାଢ଼ୀ, ଶିକ୍ଷକ ସୁକାନ୍ତ ରାଉତଙ୍କ କହିବାନୁଯାଇ ମଧ୍ୟାହ୍ନ ଭୋଜନ କଥା ନବୁଝିଲେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାର କମିଯିବାର ଆଶଙ୍କା ରହିଛି । ତେଣୁ ଆମେ ଶିକ୍ଷକ ବଦଳରେ ପାଚିକା ସାଜି ପ୍ରଥମେ ରୋଷେଇ କାମ କରୁଛୁ ବୋଲି କହିଛନ୍ତି । ସେହିପରି ଗୋପ, କଣିଆରୀ ଆଦି ସ୍କୁଲରେ ଶିକ୍ଷକ ମାନେ ନିଜ ପକେଟରୁ ପଇସା ଖର୍ଚ୍ଚକରି ସ୍ଥାନୟ ଲୋକଙ୍କ ଦ୍ୱାରା କରାଉଥିବାବେଳେ ଆଉ କିଛି ସ୍କୁଲରେ କମିଟି ସଦସ୍ୟା ମାନଙ୍କ ସହଯୋଗରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ କହିଛନ୍ତି । ତାଙ୍କ କହିବାନୁଯାଇ ପାଚିକା ସହାୟିକା ମାନେ ଆନେ୍ଦାଳନରେ ଥିଲେବି ବ୍ଲକରେ ୨୬୫ଟି ସ୍କୁଲରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ କିଛି ବ୍ୟାଘାତ ଘଟିନି । ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିଜ ସାଧ୍ୟମତେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରି କାର୍ଯ୍ୟକ୍ରମ ଚଳାଇଛନ୍ତି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ