ପାରାଦୀପ ମାଛଧରା ବନ୍ଦରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ
ପାରାଦୀପ, (ଯୁଗାବ୍ଦ ନ୍ୟୁଜ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଚଳିତ ଅକ୍ଟୋବର ୧ ତାରିଖ ରବିବାର ଦିନ ଉଦଯାପିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଅଧିନସ୍ଥ ରପ୍ତାନି ଯାଞ୍ଚ ଏଜେନ୍ସି ଭୁବନେଶ୍ୱର ଶାଖା ପକ୍ଷରୁ ପାରାଦୀପ ମାଛଧରା ବନ୍ଦର ପରିସରରେ ରବିବାର ଦିନ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ କେନ୍ଦ୍ରୀୟ ରପ୍ତାନି ଯାଞ୍ଚ ଏଜେନ୍ସି ଉପ ନିର୍ଦ୍ଦେଶକ ଭରତ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ଏଜେନ୍ସି, ରପ୍ତାନିକାରୀ ସଂସ୍ଥା ର କର୍ମଚାରୀ ପ୍ରମୁଖ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ l ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନକାରୀ ସଙ୍ଘ ର ସଭାପତି ଶ୍ରୀକାନ୍ତ ପରିଡା ଓ ଅନ୍ୟ କର୍ମକର୍ତ୍ତା ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ଏହି କାର୍ଯ୍ୟକ୍ରମ କୁ ସଫଳ କରାଇବାରେ ସହାୟକ ହୋଇଥିଲେ l


