ସହକାରୀ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ସେଠୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

ନାଉଗାଁ (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣା ପଞ୍ଚାୟତର ଅରଖପାରି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ସେଠୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି |  ଶିକ୍ଷକ ଉମାକାନ୍ତ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ଦିଲ୍ଲୀପ କୁମାର ବଡ଼ପଣ୍ଡା, ବିଶିଷ୍ଟ ଅତିଥି ଭାବେ ଅଲଣା ପଞ୍ଚାୟତର ସରପଞ୍ଚ ଚନ୍ଦ୍ରମଣି ବେହେରା, ମୁଖ୍ୟବକ୍ତା ଭାବେ ଶିକ୍ଷକ ସୀତାକାନ୍ତ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ଡିଆଇଇଟି ର ପ୍ରଜ୍ଞାଦୀପ୍ତି ସାହୁ, ସିଆରସିସି କମଳ ଲୋଚନ ନାୟକ, ସିଆରସିସି ଅକ୍ଷୟ କୁମାର ରାଉତ, ପ୍ରଧାନ ଶିକ୍ଷକ ପ୍ରକାଶ ମିରକାଫ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ତାପସ କୁମାର ସାମଲ, ଶିକ୍ଷକ ଶାରଦା ପ୍ରସନ୍ନ ଓଝା, ସୂର୍ଯ୍ୟକାନ୍ତ ସାହୁ, ଶରତ ଚନ୍ଦ୍ର ରାଉତ, ସୁକାନ୍ତ କୁମାର ତରାଇ, ଦେବ ପ୍ରସାଦ ବେହେରା, ରଶ୍ମୀରଂଜନ ମଲ୍ଲିକ, ଆଶୁତୋଷ ପାଢୀ,କୈଳାସ ଚନ୍ଦ୍ର ମହାନ୍ତି, ସୁଜାତା ମହାନ୍ତି ଆଦି ଯୋଗ ଦେଇଥିଲେ | ଶ୍ରୀମତୀ ସେଠୀ ପ୍ରଥମେ ତେଲସରା ପ୍ରାଥମିକ ବିଦ୍ୟାଳୟରେ ୧୯୯୭ ଯୋଗଦାନ କରିବା ପରେ ୧୯୯୮ମସିହାରୁ ଏହି ବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀ ଭାବେ ନିଜର କର୍ମଜୀବନ ପୁନର୍ବାର ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଦୀର୍ଘ ୨୮ବର୍ଷ ନିଷ୍ଠାପର ଭାବରେ କାର୍ଯ୍ୟ କରିଥିଲେ। ସେ ଜଣେ ଛାତ୍ରବତ୍ସଳ ଓ ନିଷ୍ଠାବାନ ଶିକ୍ଷୟିତ୍ରୀ ଭାବେ ଛାତ୍ରଛାତ୍ରୀମାନଙ୍କ ମନରେ ବିଶେଷ ସ୍ଥାନ ଅଧିକାର କରିଥିଲେ। ତାଙ୍କର ଦୀର୍ଘ କର୍ମମୟ ଜୀବନ ଓ ଶିକ୍ଷାକ୍ଷେତ୍ରରେ ଅମୂଲ୍ୟ ଅବଦାନକୁ ସ୍ମରଣ କରି ସମ୍ମାନ ପ୍ରଦାନ କରା ଯାଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନଙ୍କ ଦ୍ୱାରା ଶ୍ରୀମତୀ ସେଠୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ, ମାନପତ୍ର ଆଦି ପ୍ରଦାନ ପୂର୍ବକ ବିଭିନ୍ନ ଉପହାର ପ୍ରଦାନ କରାଯାଇଥିଲା। ଶିକ୍ଷକ ବସନ୍ତ କୁମାର ଦାସଙ୍କ ଦ୍ୱାରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରାଯାଇଥିବା ବେଳେ ଶିକ୍ଷକ ସୁଧୀର କୁମାର ବିଶ୍ୱାଳଙ୍କ ଦ୍ଵାରା ମଞ୍ଚ ପରିଚାଳନା କରାଯାଇଥିଲା। କାର୍ଯ୍ୟକ୍ରମରେ ଅଲଣା କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ।ଶେଷରେ ଏକ ବିରାଟ ଶୋଭାଯାତ୍ରାରେ ଶ୍ରୀମତୀ ସେଠୀଙ୍କୁ  ତାଙ୍କ ବାସଗୃହ ପର୍ଯ୍ୟନ୍ତ ନିଆଯାଇଥିଲ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ