ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ଆରମ୍ବ ହେଲା ବିଜେଡିରେ ବିଦ୍ରୋହ

ହାଟଡ଼ିହି, (ବିକାଶ ବିଶ୍ୱାଳ):ନିର୍ବାଚନ ଯେତିକି ପାଖେଇ ଆସୁଛି, ସେହି ଅନୁସାରେ ଦଳୀୟ ଗୋଷ୍ଠୀ କନ୍ଦଳ ତୀବ୍ରତର ହେବାରେ ଲାଗିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ବିଜେହି ଦଳ ଭିତରେ ଆରମ୍ଭ ହେଲା ବିଦ୍ରୋହ । ଶତାଧିକ ପୁରୁଖା ବିଜେଡି କର୍ମୀ ଏକାଠି ହୋଇ ବିଧାୟକଙ୍କ ବିରୁଦ୍ଧରେ ଦେଇଛନ୍ତି ନାରାବାଜି । ଏପରି ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଛେନାପଦିଛକ ଠାରେ । ଛେନାପଦି କଲ୍ୟାଣ ମଣ୍ଡପ ଠାରେ ପୁର୍ବତନ ବିଜେଡି ବ୍ଲକ ସଭାପତି ବିକ୍ରମ କେଶରୀ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସୁଦର୍ଶନ ମଲ୍ଲିକ, ଉପେନ୍ଦ୍ର ସେନାପତି, ଶ୍ରୀରାମ ଦାସ, ଚକ୍ରଧର ପୁହାଣ, କୃପାସିନ୍ଧୁ ମଲ୍ଲିକ, ଗଣେଶ୍ୱର ମାଝୀ, ପ୍ୟାରୀମୋହନ ମଲ୍ଲିକ, ଶ୍ରରାମ ଦାସ ପ୍ରମୁଖ ପୁରୁଖା ବିଜେଡି କର୍ମୀମାନେ ଯୋଗଦେଇ ଏଠାକାର ନେତାମାନେ ବିଜୁବାବୁଙ୍କ ନୀତି ଆଦର୍ଶକୁ ଭୁଲିଯାଇ ଏକଛତ୍ରବାଦ ଶାସନ ଚଲାଇଛନ୍ତି । ୩୦/୪୦ ବର୍ଷ ଧରି କାମ କରୁଥିବା ବିଜେଡି କର୍ମୀମାନେ ଏବେ କୋଣଠେସା ହୋଇ ବସିଛନ୍ତି । ସେମାନଙ୍କୁ କୌଣସି ଦଳୀୟ କାର୍ଯର୍୍ୟକ୍ରମ କିମ୍ବା ସାଂଗଠନିକ କାର୍ଯ୍ୟକ୍ରମକୁ ମଧ୍ୟ ଡକାଯାଉନାହି । ଏବେକାର ବିଧାୟକ କିଛି ଠିକାଦାରଙ୍କୁ ଧରି ଆନନ୍ଦପୁରରେ ଠିକାଦାରୀ ଶାସନ ଚଲାଇଛନ୍ତି, ପୁରୁଣା କର୍ମୀ ମାନଙ୍କୁ ସମ୍ପୁର୍ଣ୍ଣ ଅଣଦେଖା କରାଯାଉଥିବାବେଳେ ଭିନ୍ନ ଦଳରୁ ଆସିଥିବା କିଛି କଂଗ୍ରେସ କର୍ମୀ ଏବେ ଦଳର ମଙ୍ଗୁଆଳ ସାଜିଛନ୍ତି । ସେମାନଙ୍କ ଇଶାରାରେ ଶାସନ ଚାଲିଛି ବୋଲି କର୍ମୀମାନେ ମତବ୍ୟକ୍ତ କରିଥିଲେ । ଯାହାକୁନେଇ କର୍ମୀ ମାନଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଇଛି । ଆଗାମି ୨୦୨୪ ନିର୍ବାଚନରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ପାଇଁ ନୁତନ ପ୍ରାର୍ଥୀ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଂଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ନିବେଦନ କରିଛନ୍ତି । ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ସଞ୍ଜୟ ରାଉତ, ବରିଷ୍ଠ ବିଜେଡି କର୍ମୀ ଟିକ ନାୟକ, ଲୋକନାଥ ନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସୁବୋଧ ସାହୁ, ଭୀମସେନ ପେରେଇ, ରବୀନ ପାଢ଼ୀ, ମୁକେଶ ରାଉତ, ଟଙ୍କଧର ରାଉତ, କିର୍ତ୍ତନ ନାୟକ, ଆନନ୍ଦ ନାୟକ, ଅନନ୍ତ ପହି, ଧନି ରାଉତ, ମହେଶ୍ୱର ସା, ସ୍ମିତ ସେନାପତି, ମହେଶ୍ୱର ରାଉତ, ସୁଧାଶୁଂ ରାଉତ, ବ୍ରଜ କିଶୋର ଜେନା, ହୃଶିକେଶ ରାଉତ, ଶିବ ସତପଥି, ଅମୀୟ ରଞ୍ଜନ ପହି, ଜଗନ୍ନାଥ ନାୟକ,ରାଜୁ ସା, ବରଦା ପ୍ରସନ୍ନ ନାୟକ, ବିଶ୍ୱନାଥ ଖୁଣ୍ଟିଆ, ଶରତ ପଦୁରିଆ, ପୁନ ବେହେରା, ପଦ୍ମନାଭ ଦାସ, ରଘୁନାଥ ସାମଲ, ଦେବେନ୍ଦ୍ର ଜେନାଙ୍କ ସମେତ ୩୧ଟି ଯାକ ପଞ୍ଚାୟତରୁ ଦୁଇଶହରୁ ଉର୍ଦ୍ଧ କର୍ମୀ ଯୋଗଦେଇଥିଲେ । ଏପରିକି ସଭାପରେ ଶତାଧିକ କର୍ମୀ ବିଧାୟକଙ୍କ ବିରୁଦ୍ଧରେ ନାରାବାଜି ଦେଉଥିବା ଦେଖିବାକୁ ମିଳିଥିଲା । ଆଗାମି ଦିନରେ ଗଡଚଣ୍ଡୀ ଓ ଓରାଳି ପଡିଆରେ ସମାବେଶ କରାଯିବ ବୋଲି ଆୟୋଜକ ମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ