କରଞ୍ଜିଆ ରେ ନୂତନଭାବେ ଖୋଲିଲା ବିବେକାନନ୍ଦ ଇନିଷ୍ଟିଚ୍ୟୁଟ ଅଫ ହେଲଥ ସାଇନ୍ସ

କରଞ୍ଜିଆ, (ଜିତେନ୍ଦ୍ର ରାଜ):କରଞ୍ଜିଆ ଠାରେ ଥିବା ବିବେକାନନ୍ଦ ଇନଷ୍ଟିଚ୍ୟୁଟ ଅଫ୍ ହେଲ୍ଥ ସାଇନ୍ସ ଠାରେ ନୂତନ ପାଠ୍ୟକ୍ରମ ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଶୁଭାରମ୍ଭ କରାଯାଇଥିବା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଲେ ଶିକ୍ଷାନୁଷ୍ଠାନର ଚେୟାରମେନ ବିଷ୍ଣୁ ଅଗ୍ରୱାଲ।ଡିଏମଏଲଟି,ଜିଏନଏମ, ଓ ବିଏସସି ନର୍ସିଂ ପାଠ୍ୟକ୍ରମ ଶୁଭାରମ୍ଭ ହୋଇଥିବା ସହ ଭୋକେସନାଲ ପାଠ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଛି। ଏହି ପାଠ୍ୟକ୍ରମରେ ବେକାର ଥିବା କଳା ଓ ବିଜ୍ଞାନ ଛାତ୍ର ଛାତ୍ରୀ ମାନେ ତାଲିମ ନେଇ ନିଜକୁ ଦକ୍ଷ କରିବା ସହ ଚାକିରୀ ମଧ୍ୟ ବିଭିନ୍ନ ସହଯୋଗୀ କମ୍ପାନୀରେ ପାଇ ପାରିବେ ବୋଲି ଶିକ୍ଷାନୁଷ୍ଠାନର ଟ୍ରଷ୍ଟି ତରଣୀସେନ ବାରିକ୍ ସୂଚନା ଦେଇଥିଲେ।ଏହା ଦ୍ବାରା କରଞ୍ଜିଆ ଓ ଏହାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଶିକ୍ଷିତ ଯୁବକ ମାନଙ୍କ ଦକ୍ଷତା ବିକାଶ ହୋଇପାରିବ। ତେବେ ଯେଉଁ ସବୁ କମ୍ପାନୀ ଗୁଡ଼ିକ ଏହି ଶିକ୍ଷାନୁଷ୍ଠାନ ସହ ସଂଯୋଜିତ ଅଛନ୍ତି ସେଗୁଡିକ ମଧ୍ୟରେ ମେଧାବୀ ସ୍କିଲ ବିଶ୍ୱବିଦ୍ୟାଳୟ ସିକ୍କିମ,ଏସଜିଟି ଓ ଏମସିଆଇ ଗୁରୁଗାଓଁ ପଞ୍ଜାବ ତଥା ରିଲାଏନ୍ସ କମ୍ପାନୀ ରହିଛି। ତେବେ ଏହି ଅଞ୍ଚଳରେ ଏପରି ଅନନ୍ୟ ପାଠ୍ୟକ୍ରମ ଥିବା ଶିକ୍ଷାନୁଷ୍ଠାନର ଶୁଭାରମ୍ଭ ହୋଇଥିବାରୁ ଅଞ୍ଚଳର ଆଦିବାସୀ,ଗରିବ ଛାତ୍ରଛାତ୍ରୀ ଏହାର ସଦୁପଯୋଗ କରିବା ପାଇଁ ବିଦ୍ୟାଳୟର ଅଭିଭାବକ ମଣ୍ଡଳୀ ସଭାପତି ଦିବ୍ୟ ପ୍ରସାଦ ସାହୁ, ଶିକ୍ଷାନୁଷ୍ଠାନର ସଭାପତି ରାଜଦୀପ ବୁବନା ଓ ଟ୍ରଷ୍ଟି ଆଲୋକ କୁମାର ଗୁପ୍ତା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ