ହଦଗଡ ନବୋଦୟ ବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କ ମହା ସମ୍ମିଳନୀ

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍‌) : ସ୍ଥାନୀୟ ହଦଗଡ ଜବାହାର ନବୋଦୟ ବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କ ମହାସମ୍ମେଳନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜକିଶୋର ପାଢ଼ୀ ଯୋଗଦେଇ ଶୃଙ୍ଖଳା ହିଁ ସଫଳତାର ଚାବିକାଠି ବୋଲି ମତବ୍ୟକ୍ତ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ବହୁମୁଲ୍ୟ ଉପଦେଶ ଦେଇଥିଲେ । ଅନ୍ୟତମ ଅତିଥିରୁପେ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ପି. ମଣିକଣ୍ଡନ ପୁରାତନ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ଗଠନ ମୁଳକ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ଅନ୍ୟତମ ଅତିଥିରୁପେ ବିଦ୍ୟାଳୟର ଉପାଧ୍ୟକ୍ଷ ଶଚିଦାନନ୍ଦ ଶର୍ମା, ପୁରାତନ ଶିକ୍ଷକ ଅନାଦି ଚରଣ ମହାରଣା, ମହମଦ ଇସଲାମ ଅଲ୍ଲୀ, ନରେନ୍ଦ୍ର କୁମାର ପଲତା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଛାତ୍ରସଂସଦର ସଭାପତି ରବିନାରାୟଣ ସାହୁ, ପ୍ରଶାନ୍ତ ଦଳେଇ, ଅନନ୍ତ ଦାସ, ଡାକ୍ତର ଋଷିକାନ୍ତ ମହାନ୍ତ, ଅଜିତ ପଟ୍ଟନାୟକ, କ୍ଷମାକର ବେହେରାଙ୍କ ସମେତ ଏକଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ହାଟଡିହି ତହସିଲର ଅତିରିକ୍ତ ତହସିଲଦାର ଭାବେ ଯୋଗ ଦେଇଥିବା ପୁରାତନ ନବୋଦୟ ଛାତ୍ର ରଶ୍ମୀରଞ୍ଜନ ଦାସ କାର୍ଯ୍ୟକ୍ରମରେ ଯୋଗଦେଇ ବିଦ୍ୟାଳୟର ସ୍ଥାୟୀ ଜମିପଟ୍ଟା ଅଧ୍ୟକ୍ଷଙ୍କ ହାତରେ ଅର୍ପଣ କରିଥିଲେ । ବିଦ୍ୟାଳୟ ତରଫରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସରସ୍ୱତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବାପରେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ରକ୍ରମର ଶୁଭାରମ୍ଭ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷଷର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ପୁର୍ବତନ ଅଧ୍ୟକ୍ଷ, ଶିକ୍ଷକ ଓ ବର୍ତ୍ତମାନର ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସମେତ ବିଭିନ୍ନ ବିଭାଗରେ କୃତ୍ତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରାତନ ଛାତ୍ର ସଂଘ ପକ୍ଷରୁ ଉତ୍ତରୀୟ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟାପକ ବିଦ୍ୟାଧର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିôତବାବେଳେ ପୁରାତନ ଛାତ୍ର ଡାକ୍ତର ଋଷିକାନ୍ତ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ