ମତ୍ସ୍ୟଜୀବିଙ୍କ ସମସ୍ୟା ଉପରେ ଆଲୋଚନା କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

ଛତ୍ରପୁର, (ଦେବଦତ୍ତ ମହାରଣା) : ଗୁରୁୁବାର ଅପରାହ୍ନରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ (ରେଳଏବଂ ବୟନଶିଳ୍ପୀ) ଦର୍ଶନା ଜରଦୋଷ ଗଂଜାମ ଜିଲ୍ଲାର ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅଧୀନ ଛତ୍ରପୁର ବ୍ଲକ ର ଆର୍ଯ୍ୟପଲ୍ଲୀ ଅଂଚଳ ପରିଦର୍ଶନ କରି ମତ୍ସ୍ୟଜିବୀ ମାନଙ୍କ ବିଭିନ୍ନ ସୁବିଧା ଓ ଅସୁବିଧା ସମ୍ପର୍କରେ ଆଲୋଚନା କରିଛନ୍ତି । ଏହାସହିତ ମତ୍ସ୍ୟଜୀବି ଙ୍କ ହିତ ନିମନ୍ତେ ମତ୍ସ୍ୟ ଅବତରଣ କେନ୍ଦ୍ର ନିର୍ମାଣ ଏବଂ ବିଶ୍ୱକର୍ମା ଯୋଜନା ସମ୍ପର୍କ ମଧ୍ୟ ଆଲୋଚନା ହୋଇଥିଲ।। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଜରଦୋଷ ଗୁରୁବାର ଅପରାହ୍ନରେ ଅର୍ଯ୍ୟପଲ୍ଲୀ ସ୍ଥିତ କମ୍ୟୁନିଟି ହଲକୁ ଆସି ସେଠାରେ ମତ୍ସ୍ୟଜିବୀଙ୍କ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ପରେ ସାମୁଦ୍ରିକ ମତ୍ସ୍ୟଜୀବିମାନଙ୍କ ବିଭିନ୍ନ ସମସ୍ୟା ନେଇ ମତ୍ସ୍ୟଜିବୀ ନେତା କେ.ଏଲେୟା ସମସ୍ୟାର ସମାଧାନ ଉପରେ କେନ୍ଦ୍ରସରକାର ଧ୍ୟାନ ଦେବାକୁ ଅନୁରୋଧ କରିବା ସହ ଓଡିଶା ପାରମ୍ପାରିକ ମତ୍ସ୍ୟକର୍ମୀ ୟୁନିୟନ ପକ୍ଷରୁ ୬ଦଫା ଦାବୀନେଇ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ସାମୁଦ୍ରିକ ମତ୍ସ୍ୟଜୀବିମାନଙ୍କୁ ତଫସିଲଭୁକ୍ତ ଜାତିରେ ଅନ୍ତର୍ଭୁକ୍ତ କରିବା, ଉପକୂଳ ବାସ କରୁଥିବା ମତ୍ସ୍ୟଜୀବିମାନଙ୍କୁ ବାସଗୃହ ପଟ୍ଟା ପ୍ରଦାନ, ଜିଲାର ୫ଟିସ୍ଥାନ ରେ ମତ୍ସ୍ୟ ଅବତରଣ କେନ୍ଦ୍ର ନିର୍ମାଣ କରିବା ଦାବୀ ରହିଥିଲା ।ପ୍ରାରମ୍ଭରେ ଭାରତୀୟ ଜନତା ପାର୍ଟିର କଣମଣା ମଣ୍ଡଳର ପୂର୍ବତନ ସଭାପତି ପଦ୍ମଚରଣ ସାହୁ ମଞ୍ଚାସିନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହି ସଭାପରିଚାଳନା କରିଥିଲେ । କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଜରଦୋଷ ଏହି ସଭାରେ ଉପସ୍ଥିତ ଥିବା ମତ୍ସ୍ୟଜୀବିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଉପରେ କହିବା ସହ ଏହିଗୁଡିକ କିପରି ଲୋକଙ୍କ ନିକଟରେ ପହଂଚିବ ତାହା ସଂପର୍କରେ ଆଲୋକପାତ କରିଥିଲେ । ଏହାସହ ବିଶ୍ୱକର୍ମା ଯୋଜନା ସଂପର୍କରେ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ । ଏହା ସହ ବିଭିନ୍ନ ସଂଗଠନ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ବିଭୂତି ଭୁଷଣ ଜେନା, ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ରାଜ୍ୟ ଏସସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଗଞ୍ଜାମ ବ୍ଲକ ପୂର୍ବତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ,କୀର୍ତନ ଦାସ, ଭୀମସେନ ବେହେରା,କଣମଣା ମଣ୍ଡଳର ସଭାପତି ଏନ୍‌.ଦିନବନ୍ଧୁ, ଅଶୋକ ମିଶ୍ର, ଡଃ ସୁବାସ ସାହୁ, ଲକ୍ଷ୍ମୀ ନାରାୟଣ ପଣ୍ଡା, ବସନ୍ତ କୁମାର ବେହେରା, ସଂଜୀତ କୁମାର ରାଉଳଙ୍କ ସମେତ ବହୁ ମତ୍ସ୍ୟଜୀବି ନେତାଓ କର୍ମୀ ଏବଂ ଭାଜପା ର ନେତୃବୃନ୍ଦ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ