ଦିବ୍ୟ ଜୀବନ ସଂଘ କର୍ମକର୍ତ୍ତାଙ୍କ ଦକ୍ଷିଣ ଭାରତ ଦର୍ଶନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକରେ ଥିବା ଦିବ୍ୟ ଜୀବନ ସଂଘ ଶାଖା କର୍ମକର୍ତ୍ତା ମାନେ ଗତ ଦୁଇ ସପ୍ତାହ ବ୍ୟାପୀ ଦକ୍ଷିଣ ଭାରତ ଦର୍ଶନ କରି ଫେରିଛନ୍ତି। ଉକ୍ତ ଶାଖାର ସଂପାଦକ ଶ୍ଯାମଘନ ସାହୁଙ୍କ ନେତୃତ୍ବରେ ତାମିଲନାଡୁ ଓ କେରଳ ରାଜ୍ୟରେ ଥିବା ବିଭିନ୍ନ ଐତିହାସିକ ଓ ଦେବସ୍ଥଳୀ କନ୍ୟାକୁମାରୀ ସୂର୍ଯ୍ୟୋଦୟ,ବିବେକାନନ୍ଦ ସ୍ମୃତି ପିଠ, ତ୍ରିବେଣୀ ସଙ୍ଗମ,ପଦ୍ମନାଭ ମନ୍ଦିର,ସଦଗୁରୁ ଶିବାନନ୍ଦ ମହାରାଜାଙ୍କ ପଟ୍ଟାମଡାଇ ଜନ୍ମପିଠ,ମେଡିକାଲ ଓ ଆଶ୍ରମରେ ରହଣୀ ହୋଇଥିଲା। ସେଠାରେ ପ୍ରତିଦିନ ସକାଳୁ ଭଜନ,କୀର୍ତ୍ତନ,ସ୍ଵଧ୍ୟାୟ,ପାଦପୂଜା ହେଉଥିବା ବେଳେ ସନ୍ଧ୍ୟା ସତସଙ୍ଗରେ ଅଂଶଗ୍ରହଣ କରିଥିଲେ। ଏହାସହ ରାମେଶ୍ବର,ଭାରତର ଶେଷ ଗ୍ରାମ ଧନୁଷ କୋଡ଼ି,ମଦୁରାଇ ମୀନାକ୍ଷୀ ମନ୍ଦିର ଓ ଶେଷରେ ସାକ୍ଷୀ ଗୋପିନାଥ,ଶ୍ରୀକ୍ଷେତ୍ର ପୁରୀ ,ବାଲିଗୁଆଳି ଆଶ୍ରମ ଦର୍ଶନ କରିଥିବା ବେଳେ ପୂର୍ବରୁ ଋଷିକେଶ,ବଦ୍ରିନାଥ, ଦ୍ବାରିକା, କେଦାରନାଥ,ଗୋପ,ମଥୁରା,ବୃନ୍ଦାବନ ଭଳି ବିଭିନ୍ନ ଚାରିଧାମ ତୀର୍ଥ କ୍ଷେତ୍ର ଓ ଶୈବପୀଠ ଦର୍ଶନ କରି ବହୁ ସାଧୁ ସନ୍ଥ ସନ୍ନ୍ୟାସୀ ମାନଙ୍କ ଠାରୁ ଆଶିର୍ବାଦ ଗ୍ରହଣ କରି ସଦଜ୍ଞାନ ଆହରଣ କରିଥିଲେ। ଏହି ଭ୍ରମଣରେ ସଂଘର କୋଷାଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା,ବରିଷ୍ଠ କର୍ମକର୍ତ୍ତା ବିଭୁତି ଭୁଷଣ ଦଳପତି,ଜହର ଲାଲ ବେହେରା, ପ୍ରତାପ ଚନ୍ଦ୍ର ମହାରଣା, ସିମାଞ୍ଚଳ ଓଝା ,ଅବିଦାନନ୍ଦ ମହାନ୍ତି, ସୁଦାମ ସ୍ଵାଇଁ, ଅମିତା ଓଝା, ରଶ୍ମିଲତା ମହାରଣା, ସସ୍ମିତା ମହାରଣା, ସୁରଭି ମହାନ୍ତି, ଆରତୀ ପାଢୀ, ମୀରା ସ୍ଵାଇଁଙ୍କ ସମେତ ଫୁଲବାଣୀ,ମହାସିଙ୍ଗି ଓ କ.ନୂଆଗାଁ ଶାଖାର ବହୁ ସଭ୍ୟ ସଭ୍ଯା ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ