ଆଦିବାସୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ମହୋତ୍ସବ ଆୟୋଜିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳର ସମସ୍ତ ଛାତ୍ରଛାତ୍ରୀ, ମହାବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟ ଏବଂ କର୍ମଚାରୀ ଦ୍ବାରା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ମାନ୍ୟବର ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ଏକ ସ୍ବତନ୍ତ୍ର ଧନ୍ୟବାଦ ଅର୍ପଣ ମହୋତ୍ସବ ଆୟୋଜିତ ହୋଇଥିଲା । ସୂଚନାନୁଯାୟୀ ମହାବିଦ୍ୟଳୟର ଉଣ୍ଡିତି ତଥା ରୂପାନ୍ତରୀକରଣ ଯଥା- ଚାରି ଗୋଟି ନୂତନ ସ୍ମାର୍ଟ କ୍ଲାସରୁମ ନିର୍ମାଣ, ଉଭିଦ ବିଜ୍ଞାନ, ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ ଓ ଜୀବ ବିଜ୍ଞାନ ବିଭାଗରେ ଗୋଟିଏ ଲେଖାଏଁ ବିଜ୍ଞାନ ପରୀକ୍ଷାଗାର ନିର୍ମାଣ, ଗୋଟିଏ ପ୍ରଯୁକ୍ତି ବିଦ୍ୟା ଗ୍ରନ୍ଥାଗାର ନିର୍ମାଣ ଏବଂ ଛାତ୍ରଛାତ୍ରୀଙ୍କ ରହିବା ନିମନ୍ତେ ସହରୀ ଛାତ୍ରଛାତ୍ରୀ ନିବାସ (ଅର୍ବାନ ହଷ୍ଟେଲ) ନିର୍ମାଣ କରିବା ସହିତ ସ୍ବଚ୍ଚ ପାନୀୟ ଜଳ ଓ ଆଧୁନିକ ଶୌଚାଳୟର ବ୍ୟବସ୍ଥା ନିମନ୍ତେ ଓଡିଶା ସରକାର ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ପାଣ୍ଠି -୨୦୨୩-୨୪ ରୁ ସମୁଦାୟ ୨.୦୦ କୋଟି ଟଙ୍କା ମଞ୍ଜୁର କରିଛିନ୍ତି, ତେଣୁ ଉକ୍ତ ମହୋତ୍ସବ ଆୟୋଜନ କରି ମହାବିଦ୍ୟଳୟର ସମସ୍ତ ଛାତ୍ରଛାତ୍ରୀ ନିଜ ଅଭିଭାଷଣ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟଳୟର ଛାତ୍ରଛାତ୍ରୀଙ୍କ ତରଫରୁ ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ଶୁଧାଶୃତି ସାହୁ ଏବଂ ପ୍ରକାଶ ଦିଗାଲ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନ୍ୟ ଛାତ୍ରଛାତ୍ରୀ ଦଳଗତ ନୃତ୍ୟ ଏବଂ ସଂଗୀତ ପରିବେଷଣ କରିଥିଲେ ।ଛାତ୍ରଛାତ୍ରୀଙ୍କ ଦ୍ବାରା ଅତିଥି ଭାବେ ଆମନ୍ତ୍ରିତ ହୋଇ ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମଞ୍ଚ ପରିଚାଳନା କରିଥିବା ବେଳେ, ବାଲିଗୁଡା ଆଇଟିଡ଼ିଏ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ଛାତ୍ରଛାତ୍ରୀଙ୍କୁ ଉଶ୍ଚିତ ତଥା ସମୃଦ୍ଧ ଓଡ଼ିଶାର ଗଠନ ନିମନ୍ତେ ଶିକ୍ଷାର ଆବଶ୍ୟକତାକୁ ବିଭିନ୍ନ ପ୍ରକାର ରଣ ଦେଇ ବୁଝାଇବା ସହିତ ସେମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଗଠନ ନିମନ୍ତେ ଉତ୍ସାହିତ କରିଥିଲେ l ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶାଙ୍କ ଶେଖର ପାତ୍ର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ସୁବିଧା ଯୋଗାଇବା ନିମନ୍ତେ ଓଡିଶା ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ସୂଚନା ପ୍ରଦାନ କରିଥିଲେ ଏବଂ ତହସିଲଦାର ବିଜୟ କୁମାର ସେଠୀ ଜାତିଗତ, ବାସିନ୍ଦା ଏବଂ ବାର୍ଷିକ ଆୟ ପ୍ରମାଣ ପତ୍ର ଆବେଦନର ପ୍ରକ୍ରିୟା ଏବଂ ତାର ସମୟ ସୀମା ବିଷୟରେ ବୁଝାଇବା ସହିତ ଓଡିଶା ସରକାରଙ୍କ ଦ୍ବାରା ପ୍ରଦାନ କରାଯାଉଥ‌ିବା ବିଭିନ୍ନ ଛାତ୍ର ବୃତ୍ତି ବିଷୟରେ ସୂଚନା ପ୍ରଦାନ କରିଥିଲେ l ଆଇଟିଡିଏ ର ପ୍ରକଳ୍ପ ପ୍ରଶାସକ, ଅତିରିକ୍ତ ମଙ୍ଗଳ ଅଧିକାରୀ ଏବଂ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଏହି ପାଣ୍ଠି ଦ୍ବାରା ହେବାକୁ ଥିବା କାର୍ଯ୍ୟ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ