ଏକାମ୍ରରେ ରକ୍ତଦାନ ଶିବିର ଓ ବନ୍ଧୁ ମିଳନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଏକାମ୍ର ସଂଘଠନ ପକ୍ଷରୁ ଯୁବ ନେତା ଅମୀୟ ଦାଶଙ୍କ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପୁରୁଣା ଭୁବନେଶ୍ୱର ବଢ଼େଇବାଙ୍କ ଛକ ନିକଟ ଟାଉନ୍ କ୍ଲବ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲ । ଏଥିରେ ୫୪ଜଣ ଯୁବକ ରକ୍ତଦାନ କରିଥିଲେ । ଏହାକୁ ଡୁନ୍ ଇଂଟରନ୍ୟାସନାଲର ଅଧ୍ୟକ୍ଷ ଶରତ ରାଉତରାୟ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଅମୀୟ ଦାଶଙ୍କ ଦ୍ୱାରା ସ୍ଥାନୀୟ ଗୋସାଗରେଶ୍ୱର ମନ୍ଦିର ପରିସରରେ ଏକ ବନ୍ଧୁ ମିଳନ ଓ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା । ଏଥିରେ ପ୍ରାୟ ୫ହଜାର ଯୁବକ ଓ ମହିଳା ସାମିଲ ହୋଇ ଏକାମ୍ର ସଂଘଠନର ସଭାପତି ଅମୀୟ ଦାଶଙ୍କୁ ଶୁଭେଚ୍ଛା ଜଣାଇଥିଲେ ।


