କର୍କଟ ରୋଗଠାରୁ ମୁକ୍ତ ଦିଏ ଲିଚୁ
ବର୍ଷର ନିର୍ଦ୍ଦିଷ୍ଟ କେତେକ ସମୟରେ ଲିଚୁ କୋଳି ଭରପୁର ମାତ୍ରାରେ ଦେଖିବାକୁ ମିଳେ । ହେଲେ ଆପଣ ଏହା ମଧ୍ୟରେ ରହିଥିବା ଫାଇଦା ବିଷୟରେ ଜାଣିଛନ୍ତି କି? ତେବେ ଆଜି ଆମେ ଆପଣଙ୍କୁ ଲିଚୁ କୋଳିରେ ରହିଥିବା ସେହି ଫାଇଦା ବିଷୟରେ କହିବୁ ଯାହାକି କି କର୍କଟ ରୋଗ ଭଳି ମହାମାରୀ ରୋଗପାଇଁ ମହୌଷଧି ଭଳି କାର୍ଯ୍ୟ କରିଥାଏ। ଏବେ ଆସନ୍ତୁ ଜାଣିବା କିପରି ଲିଚୁ କର୍କଟ ରୋଗଠାରୁ ମଧ୍ୟ ମୁକ୍ତି ଦେଇଥାଏ ।
ଲିଚୁ କୋଳିରେ ରହିଥିବା ଆଣ୍ଟି ଆକ୍ସିଡେଣ୍ଟସ୍ ଏବଂ ଭିଟାମିନ ଭରପୁର ମାତ୍ରାରେ ରହିଥିବା ହେତୁ ଏହା ଆମ ଶରୀରକୁ ସମସ୍ତ ପ୍ରକାରର ଷ୍ଟ୍ରୋକ ହେବା ଠାରୁ ବି ବଞ୍ଚାଇଥାଏ । ଏହାସହିତ ଲିଚୁ ମଧ୍ୟରେ ରହିଥିବା ପଲିଫେନୋଲ୍ସ ଏବଂ ପ୍ରୋନ୍ଥୋସିନିଡିନ୍ସ କାରଣରୁ ଏହା ବ୍ୟକ୍ତିକୁ କର୍କଟ ରୋଗ ହେବାଠାରୁ ବି ରୋକିଥାଏ । କାରଣ କ୍ୟାନ୍ସର ଉତ୍ପନ୍ନକାରୀ ଆଣ୍ଟିବଡିଜ ଉପରେ ଲିଚୁ ଖୁବ ଶକ୍ତିଶାଳୀ ଭାବରେ କାର୍ଯ୍ୟ କରିଥାଏ । ଲିଚୁ ଖାଇଲେ କୋଷ୍ଠକାଠିନ୍ୟତା ଦୋଷ ବି ଦୂର ହୋଇଥାଏ ।


