୭୫ ଲକ୍ଷ ପାଉଣ୍ଡରେ ବିକ୍ରି ହେଲା ଦ୍ବୀପ
ଆଷ୍ଟ୍ରେଲିଆର କୁଇନ୍ସଲାଣ୍ଡ ଅନ୍ତର୍ଗତ ଡେଡି୍ରମ୍ ଦ୍ୱୀପଟି ଏବେ ବିକ୍ରି ହୋଇଛି । ୩୦୦ଟି ବିଳାଶପୂର୍ଣ୍ଣ ହୋଟେଲ ଗୃହ ଏବଂ ସ୍ପା ରହିଥିବା ଏହି ଦ୍ୱୀପଟି ୭୫ ଲକ୍ଷ ପାଉଣ୍ଡରେ ବିକ୍ରି ହୋଇଛି । ୪ କି.ମି ପରିବ୍ୟାପ୍ତ ଏହି ଦୀପରେ ରହିଛି ଚିରହରିତ ଜଙ୍ଗଲ । ଏଠାରେ ଥିବା ଶୈବାଳପୂର୍ଣ୍ଣ ଜଳାଶୟ ଏହି ଦ୍ୱୀପର ବିଶେଷତ୍ୱ । ଏଠାରେ ବିଶ୍ୱର ସବୁଠାରୁ ବଡ ମାନବକୃତ ଶୈବାଳପୂର୍ଣ୍ଣ ଜଳାଶୟ ରହିଛି । ଏହି ଜଳାଶୟରେ ପର୍ଯ୍ୟଟକ ନାନା ପ୍ରକାରର ଜଳକ୍ରୀଡାରେ ମଜା ଉଠାଇବାର ସୁଯୋଗ ପାଇବେ ବୋଲି ଦ୍ୱୀପର ନୂତନ ମାଲିକ କହିଛନ୍ତି । ଦ୍ୱୀପଟିକୁ ବିଶିଷ୍ଟ ବ୍ୟବସାୟୀ ବାଉଘାନ ବୁର୍ଲିଭାଣ୍ଟ ନାମକ ଜଣେ ବ୍ୟକ୍ତିଗତ ୨୦୦୦ରେ କ୍ରୟ କରିଥିଲେ । କିନ୍ତୁ ୬୫ ବର୍ଷ ବୟସରେ ପଦାର୍ପଣ କରିବା ପରେ ଏହାକୁ ସେ ବିକ୍ରି କରିବାକୁ ଚାହିଁଥିଲେ । ଦ୍ୱୀପଟି ଏବେ ଅଷ୍ଟ୍ରେଲିଆର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ପାଲଟିଛି ।


