ଇକୋ ରିଟି୍ରଟ୍ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

କୋଣାର୍କ : ଚନ୍ଦ୍ରଭାଗା ବେଳାଭୂମିରେ ଆରମ୍ଭ ହୋଇଛି ରାଜ୍ୟର ପ୍ରଥମ ବେଳାଭୂମି ଉତ୍ସବ ମେରାଇନ ଡ୍ରାଇଭ ଇକୋ ରିଟି୍ରଟ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନ ୪ଟା ୨୦ ରେ ବେଲୁନ ଉଡ଼ାଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ମାଲଦାରୋ କାରରେ ବସି କଟେଜ ଏରିଆ ବୁଲି ଦେଖିଥିଲେ । ବେଳାଭୂମିରେ ବସି ନୈସର୍ଗିକ ଶୋଭା ଉପଭୋଗ କରିଥିଲେ । ପ୍ରାୟ ଅଧଘଣ୍ଟାଏ ରହି ମୁଖ୍ୟମନ୍ତ୍ରୀ ଫେରିଥିଲେ ।
ଚନ୍ଦ୍ରଭାଗା ବେଳାଭୂମି ହୋଇଉଠିଛି ଉତ୍ସବମୁଖର । କୋଣାର୍କ-ପୁରୀ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟରେ ଆୟୋଜିତ ମେରାଇନ ଡ୍ରାଇଭ ଇକୋ ରି୍ରଟିଟ ଉତ୍ସବରେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । ବେଳାଭୂମି ରଙ୍ଗୀନ ଆଲୋକରେ ଝଲସି ଉଠିଥିଲା । ଲାଗୁଥିଲା ଏକ ରାଜମହଲର ପାରିପାଟି । ଶୀତ ସନ୍ଧ୍ୟାରେ ଧୁମ ମଚାଇଥିଲା ୟୁଫୋରିଆ ବ୍ୟାଣ୍ଡ । ରଙ୍ଗବତୀ ଗୀତରେ ଝୁମିଥିଲେ ଦର୍ଶକ । ଏଥିରେ ଆଧୁନିକ ଛାପ ଦେଖିବାକୁ ମିଳିଥିଲା । ଡିଜେର ତାଳେ ତାଳେ ଝୁମିଥିଲେ ଦର୍ଶକ । ଉତ୍ସବରେ ୩ଟି ମ୍ୟାପିଙ୍ଗ ଫୁଡ ଫେଷ୍ଟିଭାଲ, ଜଳକ୍ରୀଡ଼ା ସହିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ ଭଳି ସର୍ପିଙ୍ଗ ଫେଷ୍ଟିଭାଲ, ପାରା ମୋଟରିଂ, ବାନାନା ରାଇଡ, ଏଟିଭି, ରାଇଫଲ ସୁଟିଂ, ବିଚ ଭଲିବଲ, ପାରାସେଲିଂ ଆଦି ଦେଖିବାକୁ ମିଳିବ । ପ୍ରଥମ ଦିନରେ ୩୨ ଜଣ ପର୍ଯ୍ୟଟକ କଟେଜରେ ରାତି୍ରଯାପନ କରିଛନ୍ତି । ଆଗୁଆ ବୁକିଂ କରିଥିବା ପର୍ଯ୍ୟଟକମାନେ ରିଟି୍ରଟରେ ଆସି ପହଞ୍ଚିଥିବା ପର୍ଯ୍ୟଟନ ବିଭାଗ ସୂତ୍ରରୁ ପ୍ରକାଶ । ପୂର୍ବ ଭାରତରେ ପ୍ରଥମ ଥର ପାଇଁ ଏପରି ବେଳାଭୂମି ଉତ୍ସବ ଆୟୋଜନ କରିଛି ଓଡ଼ିଶା । ଏହା ଭବିଷ୍ୟତରେ ରାଜ୍ୟ ପର୍ଯ୍ୟଟନର ବିକାଶରେ ଯଥେଷ୍ଟ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କିରଛନ୍ତି । ଉତ୍ସବରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟେତି ପ୍ରକାଶ ପାଣିଗ୍ରାହୀ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ୫-ଟି ସଚିବ ଭି.କେ.ପାଣ୍ଡିଆନ, ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ରୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ