ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତି ସ୍ଥଳରେ ଶୁଭାରମ୍ଭ ହେଲା ସାମାଜିକ ଅନୁଷ୍ଠାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସେବାର ଦୃଢ଼ ମାନସିକତାକୁ ପାଥେୟ କରି ସମାଜସେବା ର ମୂର୍ତିମନ୍ତ ପ୍ରଦୀକ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତିସ୍ଥଳଠାରେ ଶୁଭାରମ୍ଭ ହୋଇଯାିଛି ରାଜଧାନୀ ସଂଗ୍ରାମୀ ସେବା ସଂଘ । ରାଜଧାନୀ ଭୁବନେଶ୍ୱରରେ ଅସହାୟ ଗରିବମାନଙ୍କ ମିଳିତ ଭାବେ ସେବା କରିବା ଓ ସମାଜମଙ୍ଗଳ ହୁଣ୍ଡି ମାଧ୍ୟମରେ ରୋଗାକ୍ରାନ୍ତ ଅସହାୟ କର୍କଟ ପୀଡ଼ିତଙ୍କ ଉଦ୍ଦେଶ୍ୟରେ ସେବା ଯୋଗାଇବା ଏହି ସଂଗଠନର ପ୍ରମୁଖ କାର୍ଯ୍ୟ ହେବ । ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନାରେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଏସ୍ପି ମାନସ ଗଡ଼ନାୟକ ଅତିଥି ଭାବେ ଯୋଗଦେଇ ହୁଣ୍ଡିର ଶୁଭାରମ୍ଭ କରିବା ସହ ହୁଣ୍ଡି ଦାନ କରିଥିଲେ ଓ ଅନ୍ୟ ଅତିଥିମାନଙ୍କ ମଧ୍ୟରେ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ସମାଜସେବୀ ଜେଡି ଶତପଥୀ, ଅଧ୍ୟାପକ ରମେଶ ପାତାଳସିଂହ, ଅଭିନେତା ଶେଖ ଗୁଲଜାର ହୁସେନ, କର୍ପୋରେଟର ଭରତ ସାହୁ, ପୂଜ୍ୟପୂଜା ପ୍ରାଣ ଲକ୍ଷ୍ମୀଧର ବେହେରା ପ୍ରମୁଖ ଯୋଗଦେଇ ହୁଣ୍ଡିରେ ହୁଣ୍ଡିଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ତନ୍ମୟ ସାମନ୍ତରାୟ, ଚିତରଂଜନ ଦାଶ , ସଂଗ୍ରାମ ବଳିଆରସିଂହ, ସୁନିତା ସେନାପତି, ବ୍ରଜବନ୍ଧୁ ପରିଡ଼ା, ଗୁରୁପଦ ନାଥ, ପ୍ରଜ୍ଞା ପ୍ରିୟଦର୍ଶିନୀ ରଥ ପ୍ରମୁଖ ଉପସ୍ଥିତ ରହିଥିଲେ ଓ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସମାଜମଙ୍ଗଳ ହୁଣ୍ଡି ପ୍ରତିଷ୍ଠାତା ବାପୁ ଓଝା ।


