ଆଇ.ଆର.ପି.ଏମ. ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ପାଠଚକ୍ର

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜର ଶିଳ୍ପ ସମ୍ପର୍କ ଓ କାର୍ମିକ ପରିଚାଳନା (ଆଇ.ଆର.ପି.ଏମ.) ବିଭାଗ ପକ୍ଷରୁ ଅକ୍ଟୋବର ୧୧ ତାରିଖ ଦିନ କଲେଜ ସମ୍ମିଳନୀ କକ୍ଷରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ ସହ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ କଲେଜ ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିଲେ। ଆଇଆରପିଏମ ବିଭାଗର ମୁଖ୍ୟ ଅଧ୍ୟାପକ ଦିଲ୍ଲୀପ କୁମାର ସେଠୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୋ କଲେଜ ସଂଯୋଜକ ତଥା ପଦାର୍ଥ ବିଜ୍ଞାନ ମୁଖ୍ୟ ଅଧ୍ୟାପକ ସୁଶାନ୍ତ କୁମାର ସାହୁ, ଆଇକିୟୁଏସି ସଂଯୋଜକ ତଥା ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର ପ୍ରଦୀପ କୁମାର ଦାଶ, ଅଧ୍ୟାପିକା ସୁରଜିତା ସାହୁ ଓ ଚିନ୍ମୟୀ ପାତ୍ର ଅତିଥି ଭାବେ ଯୋଗ ଦେଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇବା ସହ ବହୁ ମୂଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ। ଦ୍ଵିତୀୟ ବର୍ଷ ଛାତ୍ର ମିଥୁନ ନାୟକ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ଦ୍ୱିତୀୟ ବର୍ଷ ଛାତ୍ରୀ ଉଷାରାଣୀ ବିଶ୍ୱାଳ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ପାଠଚକ୍ର ବିଷୟରେ ଆଲୋଚନା ହୋଇଥିଲା। ପାଠଚକ୍ର ସମ୍ପାଦିକା ଉଷାରାଣୀ ବିଶ୍ବାଳ ନିଜ ପ୍ରସ୍ତୁତ “Role of the NGOs and it’s impact on hunan resource development” ଶୀର୍ଷକ ସନ୍ଦର୍ଭ ପାଠ କରିଥିଲେ। ଆଇ.ଆର.ପି.ଏମ. ବିଭାଗର ଅବସରପ୍ରାପ୍ତ ଅଧ୍ୟାପକ ପ୍ରଭଞ୍ଜନ ମୁନି ମୁଖ୍ୟ ଅତିଥିଭାବେ ଯୋଗଦେଇ ନିର୍ଦ୍ଧାରିତ ସନ୍ଦର୍ଭ ବିଷୟରେ ବିସ୍ତୃତ ଭାବେ ଆଲୋକପାତ କରିବା ସହ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ। ବିଭାଗୀୟ ଅଧ୍ୟାପିକା ସୁରାଜିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ