ବଞ୍ଚୋ ଗ୍ରାମ୍ୟରାସ୍ତା ମରାମତି ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତ ର ୩ନଂ ଓ ୪ ନଂ ୱାର୍ଡ ଗ୍ରାମ୍ୟ ରାସ୍ତାଟି ମରାମତି ଅଭାବରୁ ବିପର୍ଯ୍ୟସ୍ତ ହୋଇଛି। ଏହି ଦୁଇଟି ୱାର୍ଡରେ ୧୦୦୦ ରୁ ଉର୍ଦ୍ଧ୍ବ ଜନସାଧାରଣ ଏହି ମୁଖ୍ୟରାସ୍ତା ଉପରେ ନିର୍ଭର କରିଥାନ୍ତି। ଦୈନଦିନ ଏହି ରାସ୍ତା ଟି ରେ କୁନି କୁନି ପିଲାମାନଙ୍କ ଅଙ୍ଗନବାଡ଼ି କେନ୍ଦ୍ର ଠାରୁ ଆରମ୍ଭ କରି ଗ୍ରାମବାସୀଙ୍କ ଗମନାଗମନ, ପିଲା ମାନଙ୍କ ସ୍କୁଲ ଯାତାୟାତ ଯାଏଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ବିଗତ କିଛି ବର୍ଷ ହେବ ଉକ୍ତ ରାସ୍ତା ଟି ଖରାପ ହୋଇ ପଡ଼ିରହିଛି, କୌଣସି ଡ୍ରେନ୍ ସୁବିଧା ନଥିବାରୁ ବର୍ଷା ପାଣି ଏହି ରାସ୍ତା ଉପର ଦେଇ ଯିବା ଆସିବା କରିବା ସହିତ ଆଣ୍ଠୁଏ ଉଚ୍ଚ ର ପାଣି ରାସ୍ତା ଉପରେ ଜମି ରହୁଛି। ଫଳରେ ଲୋକମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତତ୍ ସଙ୍ଗେ ସଙ୍ଗେ ପାଖାପାଖି ଗୋଟିଏ ବର୍ଷ ରୁ ଉର୍ଦ୍ଧ୍ବ ହେବ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ “ମେଗା ପାନୀୟ ଜଳ ପ୍ରକଳ୍ପ” ଅନୁଯାୟୀ ପ୍ରତ୍ୟେକ ପଞ୍ଚାୟତ କୁ ସହଜ , ସୁବିଧାରେ ପିଇବା ପାନୀୟ ଜଳ ଯୋଗାଣ ନିମନ୍ତେ ଉକ୍ତ ରାସ୍ତା ଟି କୁ ଖନନ କରି ପାଇପ୍ ପୋତିବା ଫଳରେ ରାସ୍ତା ଟି ଆହୁରି ଦ୍ଵିଗୁଣିତ ନଷ୍ଟ ହୋଇ ଯାଇଛି। ଏବେ ବର୍ଷା ଦିନ ଯୋଗୁଁ ରାସ୍ତା ଟି ପୂର୍ବ ଅପେକ୍ଷା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି । ସାମାନ୍ୟ ବର୍ଷା ହେବା ଫଳରେ ରାସ୍ତା ଟି ରେ ଥିବା ଖାଲଖାମ ବର୍ଷା ଋତୁରେ ଜଳମଗ୍ନ ହୋଇ ପରିସ୍ଥିତି କୁ ଆହୁରି ଜଟିଳ କରି ଦେବା ସହ ୩ନଂ ଓ୍ୱାର୍ଡ ର ଅନେକ ଲୋକଙ୍କ ଘରେ ପାଣି ମଧ୍ୟ ପଶି ଯାଉଛି,‌ ଯାହା ଫଳରେ କି ଲୋକ ମାନଙ୍କୁ ବହୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି।ଏତତ୍ ବ୍ୟତୀତ ଜୀବନ ପ୍ରତି ବିପଦ ଥିବା ସହ ,ଦୁର୍ଘଟଣା ଘଟିବା ର ବହୁ ଆଶଙ୍କା ମଧ୍ୟ ଅଛି। ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦେକ୍ଷପ ନିଆ ଯାଇନାହିଁ। ତେଣୁ ଏନେଇ ସାମାଜିକ କର୍ମୀ ମମତା ମଞ୍ଜରୀ ବରାଳ ଉପଜିଲ୍ଲାପାଳ ଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହିତ ଯଥାସମ୍ଭବ ଉକ୍ତ ରାସ୍ତା ଟି ର ମରାମତି ସହ, ଡ୍ରେନ୍ ର ସୁବିଧା ନିମନ୍ତେ ପଦକ୍ଷେପ ନେବାକୁ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ