ବିବାହ ଉତ୍ସବରେ ଚାରା ବଣ୍ଟନ କରି ସଚେତନତା କଲେ ନବ ଦମ୍ପତ୍ତି
ହାଟଡିହି (ଓ୍ବାଇଏନଏସ): ବିବାହ ଉତ୍ସବରେ ଚାରା ବଣ୍ଟନ କରି ସଚେତନତା ସୃଷ୍ଟି କରିଛନ୍ତି ନବ ଦମ୍ପତ୍ତି। ପ୍ରକୃତି ଓ ପରିବେଶର ସୁରକ୍ଷା ନିମନ୍ତେ ସଂକଳ୍ପବଦ୍ଧ ଥିବା ଶାସଙ୍ଗ ହାଇସ୍କୁଲର ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ପତିଙ୍କ ପୁଅ ପଦ୍ମାସନଙ୍କ ବିବାହ ଉତ୍ସବରେ ଶୁଭେଚ୍ଛା ଜଣାଇବାକୁ ଆସୁଥିବା ଅତିଥି ମାନଙ୍କୁ ପୁଅ ପଦ୍ମାସନ ଓ ବୋହୁ ଶୈଳବାଳା ଚାରାଟିଏ ଉପହାର ସ୍ୱରୂପ ଦେଇ ପରିବିବେଶର ସୁରକ୍ଷା ପାଇଁ ସଚେତନ ସୃଷ୍ଟି କରାଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ମା ପାଇଁ ଗଛ ଟିଏ, ବୃକ୍ଷ ହିଁ ଜୀବନ ତାହାକୁ ସମସ୍ତେ ବୁଝି ନିଜ ନିଜର ଜନ୍ମଦିନ ଓ ବିବାହ ବାର୍ଷିକୀରେ ଚାରା ରୋପଣ କରି ପରିବେଶ ସୁରକ୍ଷାରେ ନିଜର ଭାଗୀ ଦାରିତା ବଜାୟ ରଖନ୍ତୁ ବୋଲି ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ପତି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଧାୟକ ଅଭିମନ୍ୟୁ ସେଠୀ, ବିଜେପି ନେତା ଆଲୋକ ସେଠୀ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ବିନୟ ନାୟକ, ଶିଶିର କୁମାର ବିଶ୍ୱାଳ, ମାଧବାନନ୍ଦ ଜେନା, ଶାନ୍ତନୁ କୁମାର ରାଉତଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କୁ ଚାରା ବଣ୍ଟନ କରିବା ସହିତ ଚାରା ରୋପଣ କରିଥିଲେ।


