ସେଣ୍ଟ ଯୋଶେଫ ସ୍କୁଲରେ ସାଇବର ସୁରକ୍ଷା ସଚେତନତା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ପୋଲିସ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାରେ ଆରମ୍ଭ ହୋଇଥିବା ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ଆଜି କନ୍ଦ୍ରୋପଡା ସେଣ୍ଟ ଯୋଶେଫ ସ୍କୁଲରେ ସଚେତନତା ସୃଷ୍ଟି କରାଯାଇଛି । ଏହି ଉପଲକ୍ଷେ ସେଣ୍ଟ ଯୋଶେଫ ସ୍କୁଲର ଅଧ୍ୟକ୍ଷ ଫାଦର ନବ କିଶୋର ଡିଗଲଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଚେତନତା ସଭାରେ ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟ, ସଦର ଥାନା ଅଧିକାରୀ ସଞ୍ଜୟ କୁମାର ଜେନା ପ୍ରମୁଖ ଯୋଗଦେଇ ସାଇବର ସୁରକ୍ଷା ନିମନ୍ତେ କିଭଳି ଆବଶ୍ୟକ ସଚେତନତା ଅବଲମ୍ବନ କରାଯିବା ଉଚିତ ସେ ସମ୍ପର୍କରେ ବହୁ ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିସହିତ ସାଇବର ସଚେତନତା ରଥରେ ଲାଗିଥିବା ଡିସପ୍ଲେ ମାଧ୍ୟମରେ ମଧ୍ୟ ବିଭିନ୍ନ ସଚେତନତା ମୂଳକ ତଥ୍ୟ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସବଇନିସପେକ୍ଟର ପ୍ରତାପ ରଥ, ପିଏସଆଇ ଅନସୁୟା ମଲିକ, ହାବିଲଦାର ଅର୍ଜ୍ଜୁନ ମଲିକ, କନେଷ୍ଟବଳ ସୁଚିତ୍ରା ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହାବ୍ୟତିତ ଥାନାର ଚକୁଳିଆ ପଣ୍ଡା ବେଶରେ ଥିବା ଦୁଇ ହୋମଗାର୍ଡ ପ୍ରଫୁଲ୍ଲ ଓ ଗୁରୁଙ୍କ ସ୍ୱରଚିତ ତଥା ଡେରାବିଶ ଥାନାର ଜ୍ୟୋତି ପ୍ରକାଶ ପରିଡା ଗାନ କରିଥିବା ସଚେତନତା ସଂଗୀତ ପରିବେଷଣ କରାଯାଇଥିଲା । ସନ୍ଧ୍ୟାରେ ଦୁହୁରିଆ ଛକରେ ଘୋଡାନାଚ ମାଧ୍ୟମରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ବାଲିଆ ମହିଳା ମହାବିଦ୍ୟାଳୟ, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ, ହରିଅଙ୍କ, ଦାନପୁର ଗ୍ରାମପଞ୍ଚାୟତ ପ୍ରଭୃତିରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ହରିଅଙ୍କ, ଦାନପୁର ଓ ଭାଗବତପୁର ପଞ୍ଚାୟତର ସରପଞ୍ଚ, ସମାଜସେବୀ ତଥା ବାଲିଆ ବଜାର କମିଟି ସଭାପତି ପ୍ରମୋଦ ସାହୁ, ମହିଳା କଲେଜ ଅଧ୍ୟକ୍ଷା, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ସମସ୍ତ ଶିକ୍ଷକ, କର୍ମଚାର. ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ଓ ଜନସାଧାରଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ