ରାସ୍ତା କଡ଼ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଆନ୍ତର୍ଜାତିକ କନ୍ୟା ଦିବସ ଅବସରରେ ଏକ ଲଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି। ଯାହାକି ସଭ୍ୟ ସମାଜ ପାଇଁ ଅତ୍ୟନ୍ତ ନିନ୍ଦନୀୟ ଅଟେ। ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକ ଧାମନଗର ଛକ ନିକଟରେ ଆଜି ସକାଳୁ ଗୋଟିଏ ନବଜାତ ଶିଶୁ କନ୍ୟା ଉଦ୍ଧାର ହେବା ଘଟଣା ଅଞ୍ଚଳରେ ଆଲୋଚ୍ୟର ବିଷୟ ପାଲଟିଛି। ସ୍ଥାନୀୟ ଗ୍ରାମର ନାରଣ ଚନ୍ଦ୍ର ବାରିକ ଭୋରୁ ଛକ ଠାରେ ଥିବା ନିଜ ଦୋକାନ ଖୋଲିବାକୁ ଆସିଥିବା ବେଳେ ବ୍ୟବସାୟ କେନ୍ଦ୍ର ନିକଟରେ ଗୋଟିଏ ସଦ୍ୟଜାତ ଶିଶୁ କନ୍ୟା ପଡିଥିବା ଦେଖିବାକୁ ପାଇଥିଲେ। ପିଲାଟି କାନ୍ଦୁଥିବା ବେଳେ ଆଖପାଖରେ କେହିବି ନଥିଲେ। ଏନେଇ ସେ ଆଶା ଦିଦିଙ୍କୁ ଖବର ଦେଇଥିବା ବେଳେ ଘଟଣାସ୍ଥଳରେ ୧୦୮ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲା। ଖବର ପାଇ ଥାନା ଅଧିକାରୀ ଏନେଇ ଜିଲ୍ଲା ଶିଶୁ ସୁରକ୍ଷା କମିଟିକୁ ଜଣାଇଥିଲେ। ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଦେବରାଜ ପାଣିଗ୍ରାହୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପହଞ୍ଚି ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପରୀକ୍ଷା ନିରୀକ୍ଷା କରିଥିଲେ। ପ୍ରାଥମିକ ଚିକିତ୍ସା ପରେ କନ୍ୟାକୁ ଭଦ୍ରକ ମାତୃ ଶିଶୁ ମଙ୍ଗଳ ମେଡିକାଲକୁ ପଠାଯାଇଥିବା ଜଣାପଡିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। କିଏ କେଉଁଭଳି ପରିସ୍ଥିତିରେ ଗତକାଲି ଶିଶୁ କନ୍ୟାକୁ ଜନ୍ମ ଦେବା ପରେ ଫିଙ୍ଗି ଦେଇ ଯାଇଛି ତାହା ଏଯାଏଁ ଜଣାପଡିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ