ରଜ ମହୋତ୍ସବ ୪ର୍ଥ ସନ୍ଧ୍ୟା : ରଜ ମହୋତ୍ସବର ଉନ୍ନତି କେବଳ କୃଷକଙ୍କ ଉନ୍ନତି ଉପରେ ନିର୍ଭର କରେ

ବନ୍ତ, (ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକ କପାଳୀ କ୍ଷେତ୍ର ନିମାପଡା ଠାରେ ଶ୍ରୀ ଜଗନ୍ନାଥ ରଜ ମହୋତ୍ସବ କମିଟି ଆନୁକୂଲ୍ୟରେ ଶନିବାର ଠାରୁ ଆରମ୍ଭ ହୋଇଥିବା ଶ୍ରୀ ଜଗନ୍ନାଥ ଆଞ୍ଚଳିକ ରଜ ମହୋତ୍ସବର ମଙ୍ଗଳବାର ୪ର୍ଥ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି l କମିଟିର ସଭାପତି ଡ଼. ଶୁଭେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ବ ତଥା ଜାତୀୟ ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ଅଜୟ କୁମାର ପୃଷ୍ଟିଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇ ରଜ ମହୋତ୍ସବର ଉନ୍ନତି କେବଳ କୃଷକ ମାନଙ୍କ ଉନ୍ନତି ଉପରେ ନିର୍ଭର କରେ ବୋଲି କହିଥିଲେ l ମୁଖ୍ୟ ବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା, ସମ୍ମାନୀତ ଅତିଥି ଭାବେ ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତି, ଡାକ୍ତର ମୁରଲୀଧର ସୂତାର, ଭାଗିରଥି ସେଠୀ, ବନ୍ତ ସରପଞ୍ଚ ପ୍ରତିନିଧି ଜ୍ୟୋତି ରଞ୍ଜନ ନାୟକ, ଉପଦେଷ୍ଟା ନାରାୟଣ ଚନ୍ଦ୍ର ସାମଲ, ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ  ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଅବସରରେ ବନ୍ତ ବ୍ଲକରେ ଚଳିତ ବର୍ଷର ମାଟ୍ରିକ ଟପ୍ପର ଅଭିଜିତ ସାହୁ, ଭଣ୍ଡାରିପୋଖରୀ ବ୍ଲକର ମାଟ୍ରିକ ଟପ୍ପର ପ୍ରାଚୀ ପ୍ରିୟ ଦର୍ଶନୀ ଦାଶ, ଶୁଭଶ୍ରୀ କଳାନିକେତନ ଭୁବନେଶ୍ୱରର ଦିବ୍ୟାଙ୍ଗ ଛାତ୍ରୀ ସାଇ ସ୍ନେହା ଦାଶ, ଯାତ୍ରା କଳାକାର ଜଗ ପଣ୍ଡା ଏବଂ ଜୁଲି ପଣ୍ଡାଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ସତ୍ୟ ସୁନ୍ଦର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମର ସଫଳତା ପାଇଁ ସୂର୍ଯ୍ୟମଣି ରାଉଳ, ହୃଷିକେଶ ମିଶ୍ର, ଶ୍ୟାମ ସୁନ୍ଦର ଜେନା, ନକୁଳ ଚରଣ ବାରିକ, ବିଜୟ ବିଶ୍ୱାଳ, ବୀରେନ୍ଦ୍ର ବିଶ୍ୱାଳ, ଅର୍ଜ୍ଜୁନ ଚରଣ ବାରିକ, ସତ୍ୟ ସୁନ୍ଦର ପରିଡା, ସୌଭାଗ୍ୟ ରଞ୍ଜନ ନାୟକ ପ୍ରମୁଖ ମାର୍ଗ ଦର୍ଶନ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ଆଶିଷ କୁମାର ସାହୁ, ସତ୍ୟ ବାରିକ, ସୁରେଶ ବିଶ୍ୱାଳ, ଶରତ ରାଉଳ, ମନୋଜ ବାରିକ, ଚନ୍ଦ୍ରକାନ୍ତ ବିଶ୍ୱାଳ, ବନମାଳୀ ବାରିକ, ଜଗନ୍ନାଥ ବିଶ୍ୱାଳ, ବିଧୁଭୁଷଣ ବିଶ୍ୱାଳ, ରଶ୍ମି ରଞ୍ଜନ ବାରିକ, ସୁନୀଲ ରାଉଳ, ଅଜୟ ବିଶ୍ୱାଳ, ପ୍ରଦୀପ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ