ଅସହ୍ୟ ଗୁଳୁଗୁଳିରେ ସ୍କୁଲ୍ ଖୋଲିଲା, ଆସିଲେନି ଛାତ୍ରଛାତ୍ରୀ
ବନ୍ତ, (ଚାନ୍ଦିନୀ ମହାନ୍ତି ) : ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ଆଜି ଭଦ୍ରକ ଜିଲ୍ଲାର ସ୍କୁଲ୍ ଖୋଲିଲା।କିନ୍ତୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଥିବାରୁ ଛାତ୍ର ଛାତ୍ରୀମାନଙ୍କର ଉପସ୍ଥାନ ଯଥେଷ୍ଟ କମ୍ ପରିଲକ୍ଷିତ ହୋଇଛି। ବନ୍ତ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଛାତ୍ର ଛାତ୍ରୀମାନଙ୍କର ଉପସ୍ଥାନ ଦୁଇ ଅଙ୍କ ଛୁଇଁ ନାହିଁ। ପ୍ରକାଶ ଥାଉକି ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ସ୍କୁଲ୍ ଖୋଲିବା ନେଇ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଗୁଳୁଗୁଳି ଓ ଗରମ କୁ ଦେଖି ଛାତ୍ର ଛାତ୍ରୀମାନଙ୍କର ସ୍ୱାସ୍ଥ୍ୟ କୁ ଗୁରୁତ୍ୱ ଦେଇ ଜିଲ୍ଲାପାଳ ମନେ ବିଦ୍ୟାଳୟ ଛୁଟି ଅବଧି ବୃଦ୍ଧି କରି ପାରିବେ ବୋଲି କହିଥିଲେ।ଏହି କ୍ରମରେ ଅସହ୍ୟ ଗରମ କୁ ନଜରରେ ରଖି ଓଡ଼ିଶାର ଆଠ ଜିଲ୍ଲାର ଜିଲ୍ଲାପାଳ ମନେ ୨୦ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ଛୁଟି କରିଥିବା ବେଳେ ୨ ଜିଲ୍ଲାର ଜିଲ୍ଲାପାଳ ସକାଳ ୬.୩୦ ରୁ ୧୦.୩୦ ବିଦ୍ୟାଳୟ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଭଦ୍ରକ ଜିଲ୍ଲାରେ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ଆଜି ସ୍କୁଲ ୧୦ ରୁ ୪ ଟା ହୋଇଥିଲେ ମଧ୍ଯ ଅସହ୍ୟ ଗୁଳୁଗୁଳି ଓ ଗରମ ପାଇଁ ବନ୍ତ ବ୍ଲକର ବିଭିନ୍ନ ବିଦ୍ଯାଳୟରେ ଛାତ୍ର ଛାତ୍ରୀମାନଙ୍କର ଉପସ୍ଥାନ ଅତି ନଗଣ୍ୟ ପରିଲକ୍ଷିତ ହୋଇଥିଲା।


