ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ରେ ନିମାପଡ଼ା ବ୍ଲକ ପାଇଁ ୫୩୩ ପ୍ରକଳ୍ପ
ନିମାପଡା, (ସନ୍ତୋଷ ଦାଶ):ରାଜ୍ୟ ସରକାରଙ୍କ ଦ୍ଵାରା ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପୁରୀ ଜିଲ୍ଲାରେ ୪୧୩୦ଟି ଉନ୍ନୟନ ମୂଳକ ପ୍ରକଳ୍ପ ପାଇଁ ଆଜି ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ୧୩୪କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି।ଜିଲ୍ଲାର ୧୧ଟି ବ୍ଲକରେ ପୃଥକ୍ ପୃଥକ୍ ଭାବେ ଆୟୋଜିତ ଭର୍ଚୁଆଲ ସଭାରେ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇଥିଲେ।ବିଭିନ୍ନ ବ୍ଲକରେ ସ୍ଥାନୀୟ ଜନପ୍ରତିନିଧି ଓ ଜନସାଧାରଣ ମାନେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ପ୍ରକଳ୍ପ ପାଇଁ ଯେଉଁ ଅନୁଦାନ ସମ୍ପର୍କରେ ଦାବି କରିଥିଲେ ତଦନୁସାରେ ଆଜି ୫ଟି ସଚିବ ରାଜ୍ୟ ସରକାରଙ୍କ ଦ୍ଵାରା ଅନୁମୋଦିତ ହୋଇଥିବା ଏହି ପ୍ରକଳ୍ପ ଗୁଡ଼ିକୁ ଘୋଷଣା କରିଥିଲେ।ନିମାପଡ଼ା ବ୍ଲକରେ ଆୟୋଜିତ ଆମ ଓଡ଼ିଶା,ନବୀନ ଓଡିଶା କାର୍ଯ୍ୟମକ୍ରମରେ ଏହି ବ୍ଲକର ୩୨ଟି ଗ୍ରାମ ପଞ୍ଚାୟତର ୫୩୩ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପାଇଁ ୫ଟି ସଚିବ ୧୬କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ।ଏଥିରେ ତିନୋଟି ପ୍ରାଚୀନ ମନ୍ଦିରର ସୋନ୍ଦର୍ଯ୍ୟକରଣ ପାଇଁ ୪କୋଟି ୩୫ଲକ୍ଷ ଟଙ୍କା ରହିଛି।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସମୀର ରଞ୍ଜନ ଦାଶ,ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ,ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ, ଉପାଧ୍ୟକ୍ଷା ଅନସୂୟା ମହାନ୍ତି ଓ ମଣ୍ଡଳ ଉନ୍ନୟନ ଅଧିକାରୀ ବସନ୍ତ ମଲ୍ଲିକଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।


