୧୬ରେ ପୁରୀରେ ଦିବ୍ୟ ସମାଗମ
ପୁରୀ, (ଯୁଗାବ୍ଦ ନ୍ୟୁଜ):ଶ୍ରୀ ଗୋପୀନାଥ ଗୌଡ଼ୀୟ ମଠ ପକ୍ଷରୁ ଆସନ୍ତା ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ପୁରୀଠାରେ ଏକ ପରିବର୍ତ୍ତନଶୀଳ କାର୍ଯ୍ୟକ୍ରମ ‘ଦିବ୍ୟ ସମାଗମ’ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମାଗମ ପୂଜ୍ୟ ଭକ୍ତି ପ୍ରମୋଦ ପୁରୀ ଗୋସ୍ୱାମୀ ଠାକୁରଙ୍କ ୧୨୫ତମ ଆବିର୍ଭାବ ବାର୍ଷିକୀ ଓ ପୂଜ୍ୟ ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ୧୫୦ତମ ଆଗମନ ବାର୍ଷିକୀର ପ୍ରତୀକ ସ୍ୱରୂପ ଅଟେ ।ବର୍ତ୍ତମାନ ସମାଜରେ ବସ୍ତୁବାଦ ଦ୍ୱାରା ସୃଷ୍ଟି ହେଉଥିବା ଆଧ୍ୟାତ୍ମିକ ସଙ୍କଟକୁ ଦୂର କରିବା ଓ ହିନ୍ଦୁ ସମ୍ପ୍ରଦାୟରେ ବିବିଧତା ମଧ୍ୟରେ ଏକତାକୁ ଦୃଢ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଗୌଡ଼ୀୟ ମଠ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ମଠର ସଭାପତି ବି ବି ବୋଧୟାନ ଦାମୋଦର ସ୍ୱାମୀ ମହାରାଜ, ମୁଖ୍ୟ ପୂଜକ ବିଏସ୍ ଦାମୋଦର ସ୍ୱାମୀ ମହାପାତ୍ର, ବ୍ରାଜିଲ ଗୋପୀନାଥ ଗୌଡ଼ୀୟ ମଠର ସଭାପତି ବି.ଭି ପୁରୀ ସ୍ୱାମୀ ମହାରାଜ, ଚିଲି ଗୋପୀନାଥ ଗୌଡ଼ୀୟ ମଠର ସଭାପତି ବି.ଭି ବ୍ରିହତବ୍ରତୀ ସ୍ୱାମୀ ମହାରାଜ ଓ ଅନ୍ୟମାନେ ଯୋଗ ଦେଇଥିଲେ ।


