ଚଷାଖଣ୍ଡ ଗ୍ରାମ ପଞ୍ଚାୟତ ରେ, ମୋ ଦେଶ ମୋ ମାଟି କଳସ ଯାତ୍ରା ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ବାଘାଯତୀନ ମଣ୍ଡଳର ଚଷାଖଣ୍ଡ ପଞ୍ଚାୟତରେ “ମୋ ଦେଶ ମୋ ମାଟି “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି l ଉକ୍ତ କାର୍ଯ୍ୟକ୍ରମକୁ ସର୍ବ ପ୍ରଥମେ ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଢଙ୍ଗୀ, ରେମୁଣା ର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ବାଘାଯତୀନ ମଣ୍ଡଳ ର ସଭାପତି କୃଷ୍ଣଚନ୍ଦ୍ର ସାହା, ପୂର୍ବତନ ଜିଲ୍ଲା ପରିଷଦ ବିପିନ ମାରାଣ୍ଡି, ମଣ୍ଡଳ ସାଧାରଣ ସମ୍ପାଦକ ଉମାକାନ୍ତ ଜେନା, ରମେଶ ଚନ୍ଦ୍ର ଜେନା, ମଣ୍ଡଳ ଉପସଭାପତି ନରେନ୍ଦ୍ର ନାୟକ, ଜିଲ୍ଲା ଯୁବ ମୋର୍ଚା ଉପସଭାପତି ସୁବୋଧ ଚନ୍ଦ୍ର ପଣ୍ଡା, ସମ୍ପାଦକ ନାରାୟଣ ମହାନ୍ତ, ମଣ୍ଡଳ ଯୁବ ମୋର୍ଚା ସଭାପତି ରାକେଶ କୁମାର ଜେନା, ଶକ୍ତିକେନ୍ଦ୍ର ପ୍ରମୁଖ ସଂଜୟ ଖଟୁଆ ଇତ୍ୟାଦି ଜୟୀ ରାଜଗୁରୁ ସ୍ମୃତି ପୀଠ ରେ ସହିଦ ଙ୍କୁ ପୁଷ୍ପ ମାଲ୍ୟ ପ୍ରଦାନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l ସାଂସଦ ଶ୍ରୀଯୁକ୍ତ ଷଢଙ୍ଗୀ ଓ ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଅମୃତ କଳସ ହାତରେ ଧରି ଦୁଆରେ ଦୁଆରେ ବୁଲି ମାଟି ସଂଗ୍ରହ କରିଥିଲେ l କୀର୍ତ୍ତନିୟା ଦଳ ସହ ଶତାଧିକ ଗ୍ରାମ ବାସୀ ଓ କାର୍ଯ୍ୟକର୍ତ୍ତା ବିଭିନ୍ନ ଗ୍ରାମ ଦେଇ କଳସ ଯାତ୍ରା, ଶେଷରେ କପିଳେଶ୍ୱର ମହାଦେବ ମନ୍ଦିରରେ ଶେଷ ହୋଇଥିଲା lଏହାପରେ ମାନନୀୟ ସାଂସଦ ଙ୍କ ଉପସ୍ଥିତି ରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧୁପୁରା ଅନନ୍ତପୁର ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା l ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ, ପ୍ରଧାନଶିକ୍ଷକ ମୋତିଲାଲ ମହାନ୍ତ ଶିକ୍ଷୟତ୍ରୀ, ଗୋବିନ୍ଦ ଚନ୍ଦ୍ର ଦାସ ଇତ୍ୟାଦି ବୃକ୍ଷରୋପଣ କରିଥିଲେ l ଆଜାଦିର ୭୫ ତମ ଅମୃତ ଉତ୍ସବ ପାଇଁ ବିଦ୍ୟାଳୟ ପରିଶର ରେ ୭୫ଟି ଗଛ ଲଗାଯାଇ ଅମୃତ ବାଟିକା ତିଆରି ହେବ ବୋଲି ସାଂସଦ ମହୋଦୟ ଉପସ୍ଥିତ ଛାତ୍ର/ ଛାତ୍ରୀ, ଶିକ୍ଷକ /ଶିକ୍ଷୟତ୍ରୀ ଓ ଗ୍ରାମ ବାସୀ ଙ୍କ ଉପସ୍ଥିତି ରେ କହିଥିଲେ l ଏବଂ ଗଛ ଲଗା ସରିବାପରେ ଏହାର ଉପଯୁକ୍ତ ଯତ୍ନ ନେବାକୁ ମଧ୍ୟ ସମସ୍ତ ଙ୍କୁ କହିଥିଲେ l ଏହାପରେ ମଧୁପୁରା ଛକରେ ଏକ ଜନସଭା କାର୍ଯ୍ୟକ୍ରମ ଚଷାଖଣ୍ଡ ବିଜେପି ତରଫରୁ ଅନୁଷ୍ଠିତ ହୋଇଥିଲା l ଉକ୍ତ ଜନ ସଭାକୁ ସାଂସଦ ମହୋଦୟ ଓ ଶ୍ରୀ ଦାସ ସମ୍ବୋଧିତ କରିଥିଲେ l ପ୍ରଧାନମନ୍ତ୍ରୀ ମୋଦି ଜିଙ୍କ ଦେଶ ଭକ୍ତି, ନୀତି ଓ ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜେଡି ଦଳର ସୁଦର୍ଶନ ନାୟକ, ଆଦିକନ୍ଦ ନନ୍ଦ, ଅନିରୁଦ୍ଧ ଜେନା, ପଞ୍ଚାନନ ଜେନା, ପର୍ଶୁରାମ ନାୟକ ପ୍ରମୁଖ ବିଜେପି ରେ ଯୋଗ ଦାନ କରିଥିଲେ l ସାଂସଦ ଶ୍ରୀଯୁକ୍ତ ଷଢଙ୍ଗୀ, ପୂର୍ବତନ ବିଧାୟକ ଶ୍ରୀ ଦାସ, ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ସାହା ସେମାନଂକୁ ପୁଷ୍ପଗୁଛ, ଉତ୍ତୋରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ lଉକ୍ତ କାର୍ଯ୍ୟକ୍ରମ କୁ ସଞ୍ଜୟ ଖଟୁଆ, ହରିଶଚନ୍ଦ୍ର ଜେନା,ପ୍ରଦୀପ ଜେନା, ବାସନ୍ତି ମାରାଣ୍ଡି, ହରେକୃଷ୍ଣ ଜେନା, ଧିରେନ ନାୟକ, ଜଲୀରାଣୀ ଖଟୁଆ, ଅବନ୍ତୀ ଖଟୁଆ, ଅମ୍ବିକା ନାୟକ, ଗୀତାରାଣୀ ରାଉତ ଇତ୍ୟାଦି ପରିଚାଳନା କରିଥିଲେ l


