ପୋଲସରାରେ ବିଦ୍ୟୁତ କର୍ମଚାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ପୋଲସରା ସହରରେ ଥିବା ବିଦ୍ୟୁତ ବିଭାଗର ଟିପିଏସଓଡିଏଲ ସବ-ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ଦିନ ବିଦ୍ୟୁତ କର୍ମଚାରୀମାନେ ବିଭିନ୍ନ ସମସ୍ୟା ନେଇ ଧାରଣା ଦେଇଥିବା ଜଣାପଡ଼ିଛି। କର୍ମଚାରୀ ଙ୍କୁ ଛଟେଇ କରିବା, ବିନମ୍ର ନିଯୁକ୍ତି ପତ୍ରରେ କାର୍ଯ୍ୟ କରାଇବା, ଇପିଏଫ ଓ ଇଏସଆଇ ଠିକ ସମୟରେ ପ୍ରଦାନ କରିବା, କାର୍ଯ୍ୟର ସମୟ ନିର୍ଦ୍ଧାରଣ କରିବା, ସୁରକ୍ଷା ସରଞ୍ଜାମ ସହ ଅନ୍ୟାନ୍ୟ ଉପକରଣ ପ୍ରଦାନ କରିବା ଏବଂ ବିନା କାରଣରେ କର୍ମଚାରୀ ଙ୍କୁ ଛଟେଇ କରିବା ଆଦି ସମସ୍ୟା କୁ ନେଇ ବିଦ୍ୟୁତ ବିଭାଗର ସବ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଏଥି ସହ ଧାରଣରତ କର୍ମଚାରୀ ମାନେ ବିଦ୍ୟୁତ ବିଭାଗର ହିନ୍ଦୁସ୍ତାନ ଏଜେନସି, ପୋଲସରା ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ଲେଙ୍କା, ଚିରିକିପଡା ଶାସନ ଅଞ୍ଚଳର ଜେଇ ଆକାଶ କୁମାର ଜେନା, ପୋଲସରା ଅଞ୍ଚଳର ଜେଇ ଅନିଲ କୁମାର ବେହେରା, ସୁପରଭାଇଜର ଆଶିଷ କୁମାର ମହାରଣା, ସୁଧୀର କୁମାର ଜେନାଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଏହି ଧାରଣାରେ ବିଦ୍ୟୁତ ବିଭାଗର ମନୋରଞ୍ଜନ ଜେନା, ସୁରଥ କୁମାର ନାଥ, ଟୁକୁନା ନାୟକ, ସୁଦର୍ଶନ ମହାରଣା, କାମରାଜୂ ସେଠି ସମେତ ୨୫ ରୁ ଉର୍ଦ୍ଧ କର୍ମଚାରୀ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ