ତେଜିଲା ଘୁମୁସର ଜିଲ୍ଲା ଗଠନ ଆନ୍ଦୋଳନ ଦାବି
ବୁଗୁଡା, (ଅନିଲ କୁମାର ମହାରଣା):ତେଜିଲା ଘୁମୁସର ଜିଲ୍ଲା ଗଠନ ଦାବି। ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜନ୍ମସ୍ଥାନ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମ ସ୍ଥାନ, ଇଂରାଜୀ ଓ ଫରାସୀ ମାନଙ୍କ ନିଦ ହଜେଇ ଦେଇଥିବା ଚକରା ବିଷୋୟୀଙ୍କ ଜନ୍ମସ୍ଥାନ ଘୁମୁସର ସବଡିଭିଜକୁ ଦୀର୍ଘ ବର୍ଷ ଧରି ଜିଲ୍ଲା ମାନ୍ୟତା ଦେବାକୁ ଦାବି ହୋଇ ଆସୁଛି। ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଘିମୁସର ଜିଲ୍ଲା ଆନ୍ଦୋଳନ କ୍ରୀୟାନୁଷ୍ଠାନ କମିଟି ସଦସ୍ଯ ବୃନ୍ଦ ସଭାପତି ତଥା ବରିଷ୍ଠ ଆଡଭୋକେଟ ସୋମନାଥ ନାୟକଙ୍କ ନେତୃତ୍ବରେ ବାଲିପଦରଠାରେ ଅକ୍ଟୋବର ୧୫ ତାଟିଖ ଦିନ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବାଲିପଦର ମହୋତ୍ସବ କମିଟି ଓ ବଣିକ ସଂଘର ସଭାପତି ଇଂ. ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ପୌରହିତ୍ଯରେ ବାଲିପଦରସ୍ଥିତ ଘୁମୁସର ବିଶ୍ବକର୍ମା ସାମାଜ ଗୃହରେ ଅନୁଷ୍ଠିତ ହୋଇଥିଲା। ଘୁମୁସର ଜିଲ୍ଲା ଗଠନକୁ ନେଇ ଯେଉଁ ଆନ୍ଦୋଳନ ଚାଲିଛି ତାକୁ ପୁର୍ଣ୍ଣ ସହଯୋଗ କରିବା ପାଇଁ ବୈଠକରେ ଯୋଗଦେଇ ଥିବା ସମସ୍ତ ଅନୁଷ୍ଠାନର ପ୍ରତିନିଧି ମାନେ ସହମତି ପ୍ରଦାନ କରିଥିଲେ। ବୈଠକରେ ବାଲିପଦର ଉନ୍ନୟନ ପରିଷଦ ସଭାପତି ଇଂ. ଲକ୍ଷ୍ମୀ ପ୍ରସାଦ ନାୟକ, ବରିଷ୍ଠ ନାଗରୀକ ମଞ୍ଚ ସଭାପତି ଇଂ ବିପ୍ର ଚରଣ ପାତ୍ର, ଉତ୍କଳ କଳା ପରିଷଦ ସଭାପତି ଜି. ରାଜେଶ୍ବର ପାତ୍ର, “ଘୁମୁସର ର ସ୍ବର”, ସଭାପତି ଡ. ବି. ପ୍ରକାଶ ଚନ୍ଦ୍ର ପାତ୍ର, ସୁଚନା ଅଧୀକାର କର୍ମୀ ପ୍ରକାଶ ଚନ୍ଦ୍ର ସାହୁ, ସମାଜସେବୀ ଖଲି ପରିଡା, ଜି.ସଂଜୀବ କୁମାର ପାତ୍ର, ଫ୍ରେଣ୍ଡସ କ୍ଳବ ସଂପାଦକ ଜି. ମନୋଜ କୁମାର ପାତ୍ର, ବିଶ୍ୱକର୍ମା ସମାଜ ସଂପାଦକ ରାଜେନ୍ଦ୍ର କୁମାର ମହାରଣା, ବରିଷ୍ଠ ନାଗରୀକ ମଞ୍ଚ ସଂପାଦକ ପ୍ରକାଶ ଚନ୍ଦ୍ର ରଥ ପ୍ରମୁଖଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ। ଘୁମୁସରର ଭୌଗଳିକ ସ୍ଥିତି, ଏହାର ଐତିହ୍ୟ ପରଂପରା ବିଶ୍ବ ବିଖ୍ୟାତ, ୧୫ଲକ୍ଷ ରୁ ଉର୍ଦ୍ଧ୍ବ ଅଧିବାସୀ ଚାଷ ଉପରେ ନିର୍ଭର କରୁଥିବାରୁ ଦୂର ଦୂରାନ୍ତକୁ ଯିବା ସମ୍ଭବ ନୁହେଁ। ଏଣୁ ଏହି ଅଧିବାସୀ ମାନଙ୍କ ସୁବିଧା ପାଇଁ ଘୁମୁସରକୁ ଏକ ଜିଲ୍ଲାର ମାନ୍ଯତା ଦେବା ପାଇଁ ଦାବୀକୁ ସମସ୍ତେ ସମର୍ଥନ କରିଥିଲେ। ଏହା ଦୀର୍ଘ ଦିନର ଦାବୀ ହୋଇଥିବା ବେଳେ ଘୁମୁସର ଜିଲା ଆନ୍ଦୋଳନକୁ ସମର୍ଥନ କରି ବୁଗୁଡା ବ୍ଲକ ବନ୍ଦ ଡାକରା ଦେବାକୁ ନିଷ୍ପତ୍ତି ଗ୍ରହଣ କରାଗଲା। ଏହି ଦାବୀକୁ ତୁରନ୍ତ ସମାଧାନ କରି ରାଜ୍ୟ ସରକାର ଘୁମୁସର ଜିଲ୍ଲା ଗଠନ କରିବାକୁ ଦାବି ପ୍ରସ୍ତାବ ଗୃହୀତ ହୋଇଥିଲା। ଶେଷରେ ଦ୍ବିତୀକୃଷ୍ଣ ବିଶ୍ବାଳ ଧନ୍ଯବାଦ ଅର୍ପଣ କରିଥିଲେ।


