ବିଶ୍ୱର ସର୍ବପୁରାତନ କଳାକୃତି

ଇଣ୍ତୋନେସିଆର ସୁଲୱେସି ଗୁମ୍ଫାରୁ ଏକ ପ୍ରାଚୀନ କଳାକୃତି ଠାବ କରାଯାଇଛି। ଅଧ୍ୟୟନରୁ ଜଣାପଡ଼ିଛି ଯେ ଏହି କଳାକୃତି ପ୍ରାୟ ଚଉରାଳିଶ ହଜାର ବର୍ଷ ତଳର ପୁରୁଣା। ପ୍ରାକ୍‌-ଐତିହାସିକ ଯୁଗର ମଣିଷମାନଙ୍କ ଦ୍ୱାରା ଗୋଟିଏ ପଶୁ ଶିକାରର ଦୃଶ୍ୟ ଏଥିରେ ରହିଛି। ସେମାନଙ୍କ ମତରେ ଏହା ବିଶ୍ୱର ସର୍ବପୁରାତନ କଳାକୃତି। ପୂର୍ବରୁ ଜର୍ମାନିର ଏକ ଗୁମ୍ଫାରୁ ଏହି ଭଳି ଏକ କଳାକୃତି ଠାବ ହୋଇଥିଲା, ଯାହାକୁ ଅଧ୍ୟୟନକାରୀମାନେ ଚାଳିଶ ହଜାର ବର୍ଷ ତଳର ବୋଲି ଆକଳନ କରିଥିଲେ। ଅଷ୍ଟ୍ରେଲିଆ ଓ ଇଣ୍ତୋନେସିଆର ପ୍ରତ୍ନତତ୍ତ୍ୱବିତ୍‌ ଏହି ପୁରାତନ କଳାକୃତି ଆବିଷ୍କାର କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ