ସିଟି ସ୍କୁଲ ଛକରେ ହେବ ରାମ୍ପୋ ବ୍ରିଜ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ୧୬ନଂ ଜାତୀୟ ରାଜପଥର ଧାମନଗର ଛକ ନିକଟ ପାଇମହୁରା ସିଟି ସ୍କୁଲ ଛକରେ ରାମ୍ପୋ ବ୍ରିଜ ହେବ ବୋଲି ଜଣାପଡିଛି। ଗମନାଗମନ ସୁବିଧା ଦୃଷ୍ଟିରୁ ଏଠାରେ ଓଭର ବ୍ରିଜ ନିର୍ମାଣ ନେଇ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା ନିକଟରେ ଅଞ୍ଚଳ ବାସୀ ଦାବି ଜଣାଇଥିଲେ। ଏଣୁ ଆଜି ବିଜେପି ନେତା ପଞ୍ଚାନନ ରାଉତ, ସରପଞ୍ଚ କାଂଚନବାଳା ପାତ୍ର, ବରିଷ୍ଠ ନାଗରିକ ଉପେନ୍ଦ୍ର ନାୟକ, ସୁଧାକର ମହାନ୍ତି, ଅନାମ ଚନ୍ଦ୍ର ସ୍ୱାଇଁ, ଗଙ୍ଗାଧର ମହାପାତ୍ର, ଜୟସ୍ମିତା ଗୋଚ୍ଛାୟତ, ବିନୋଦ ପରିଡା, ମୃତ୍ୟୁଞ୍ଜୟ ଗୋଚ୍ଛା ୟତ ପ୍ରମୁଖ ପାଇମହୁରା ଠାରେ ପହଞ୍ଚି ବିଭାଗୀୟ ଅଧିକାରୀଙ୍କ ସହିତ ବ୍ରିଜ ନିର୍ମାଣ ନେଇ ଆଲୋଚନା କରିଥିଲେ। ରାଜପଥ ପ୍ରାଧିକରଣ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ କ୍ଷେତ୍ର ପରିଦର୍ଶନ କରି ଏଠାରେ ପ୍ରଥମେ ଏକ ରାମ୍ପୋ ବ୍ରିଜ ନିର୍ମାଣ ପାଇଁ ସ୍ୱୀକୃତି ଦେଇଥିବା ଜଣାପଡିଛି। ପରବର୍ତ୍ତୀ ସମୟରେ ଓଭରବ୍ରିଜ ନିର୍ମାଣ ସକାଶେ ସର୍ଭେ କରାଯାଇ କାମ ଆରମ୍ଭ କରାଯିବ ବୋଲି ସଂସ୍ଥା ପକ୍ଷରୁ ଅଞ୍ଚଳ ବାସୀଙ୍କୁ ପ୍ରତିଶ୍ରୁତି ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ