ସ୍ତନ କର୍କଟ ରୋଗର ସଚେତନତାରେ କ୍ରାନ୍ତିର ବାର୍ତ୍ତା

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ବ୍ରହ୍ମା ନଗରସ୍ଥିତ କ୍ରାନ୍ତି ଅନୁଷ୍ଠାନ ଓ ଶଶୀଭୂଷଣ ରଥ ସରକାରୀ ମହିଳା (ସ୍ୱୟଂଶାସିତ) ମହାବିଦ୍ୟାଳୟ ଯୁବ ରେଡକ୍ରସ ଓ ଜାତୀୟ ସେବା ସଂସ୍ଥାର ମିଳିତ ସହଯୋଗରେ ଶଶୀଭୂଷଣ ରଥ ସରକାରୀ ମହିଳା (ସ୍ୱୟଂଶାସିତ) ମହାବିଦ୍ୟାଳୟ ପରିସରରେ ଏକ ସ୍ତନ କର୍କଟ ରୋଗ ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ସମୟରେ ସ୍ତନ କର୍କଟ ଏକ ମୁଣ୍ଡବ୍ୟଥାର କାରଣ ସାଜିଛି । କେତେକ କ୍ଷେତ୍ରରେ ଠିକ୍ ସମୟରେ ନିରାକରଣ ଏବଂ ଉପଯୁକ୍ତ ଚିକିତ୍ସା ଦ୍ୱାରା ଏହି ରୋଗର ନିରାକରଣ ସମ୍ଭବ ହୋଇଥାଏ । ସଚେତନ କରାଯିବା ଦ୍ୱାରା ଏହି ରୋଗକୁ ମାତ ଦିଆଯାଇ ପାରିବ । ତେଣୁ ସ୍ତନ କର୍କଟ ରୋଗର ଲକ୍ଷଣ ଏବଂ ଏହାର ନିରାକରଣ ଏବଂ ଚିକିତ୍ସା ବିଷୟରେ ସଚେତନତା ସୃଷ୍ଟି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କ୍ରାନ୍ତି ପକ୍ଷରୁ ପ୍ରତି ଲୋକଙ୍କୁ ସଚେତନ କରିବା ସହ କର୍କଟ ରୋଗକୁ କର୍କଟ ରୋଗକୁ ଡରନ୍ତୁ ନାହିଁ, ଡରାନ୍ତୁ… ଏହି ବାର୍ତ୍ତା ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।ଏଥିରେ କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା କ୍ୟାନ୍ସର ସର୍ଭାଇଭର ଡ. ଦେବାନନ୍ଦ ଦାଶଙ୍କ ସଭାପତିତ୍ୱରେ ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ପ୍ରଥମେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. କାହ୍ନୁ ଚରଣ ପାଢ଼ୀ ସ୍ତନ କର୍କଟ ରୋଗ ଉପରେ ସମ୍ୟକ ସୂଚନା ଦେଇ, ଛାତ୍ରୀମାନଙ୍କୁ ଅନ୍ୟମାନଙ୍କୁ ସଚେତନ କରିବା ପାଇଁ ପରାମର୍ଶ ଦେଇଥିଲେ ।ଏହି ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ ରେ ନାରୀ ହସ୍ପିଟାଲର ସ୍ତ୍ରୀ ରୋଗ ବିଶେଷଜ୍ଞ ଡା ନିଲାଙ୍ଗିନି ଗୋଖେଲ ପାଢୀ,ବ୍ରହ୍ମପୁର ଏମ.କେ.ସି.ଜି.ମେଡିକାଲ କଲେଜ ଓ ହସପିଟାଲର କ୍ୟାନ୍ସର ଡା. ସରୋଜ କୁମାର ଦାସ ରୋଗର କାରଣ, ନିରାକରଣ ଓ ସମାଜରେ ସଚେତନତା ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଥିଲେ । କ୍ୟାନ୍ସର ସର୍ଭାଇଭର୍ ତପସ୍ୱିନୀ ମିଶ୍ର ସେ କିପରି ସ୍ତନ କର୍କଟ ରୋଗରୁ ମୁକ୍ତି ପାଇଛନ୍ତି, ତାଙ୍କରି ଅନୁଭୂତି ପରିପ୍ରକାଶ କରିଥିଲେ । ଡା. ପାଢୀଙ୍କ ଏକ କଣ୍ଢେଇକୁ ମାଆ ରୂପରେ ସଜାଇ ତାରି ମାଧ୍ୟମରେ ସଚେତନତା କର୍ଯ୍ୟକ୍ରମକୁ ଅତି ସରସ ସୁନ୍ଦର ଭାବରେ ଛାତ୍ରୀମାନଙ୍କୁ ବୁଝାଇଥିଲେ ।ଏହି ପରିପେଖିରେ କ୍ରାନ୍ତି ଅନୁଷ୍ଠାନର ଡ.ଦାଶ କର୍କଟ ରୋଗରେ ପୀଡିତ ହୋଇ, ସେ କିପରି କଷ୍ଟ ପାଇଛନ୍ତି ତାଙ୍କରି ଅନୁଭୁତି ପରିପ୍ରକାଶ କରିବା ସହ କର୍କଟ ରୋଗର ଚିକିତ୍ସା ବର୍ତ୍ତମାନ ସମୟରେ ଅତ୍ୟନ୍ତ ସହଜ ଓ ଏଥିରୁ ଜଣେ ରୋଗୀ ବଞ୍ôଚ ପାରିବ ଏବଂ କର୍କଟ ରୋଗକୁ ଡରନ୍ତୁ ନାହିଁ – ଡରାନ୍ତୁ ବୋଲି ଏହି ବାର୍ତ୍ତା ଦେଇଛନ୍ତି । ସଚେତନତା ଜାରି ରହିଲେ କର୍କଟ ମୁକ୍ତ ଭାରତବର୍ଷ ସମ୍ଭବ ବୋଲି ଡଃ. ଦାଶ ଦୃଢକ୍ତି ପ୍ରକାଶ କରିଛନ୍ତି । ସମାଜସେବୀ ସୀମା ଚୌଧୁରୀ ଉପସ୍ଥିତ ଛାତ୍ରୀମାନଙ୍କୁ ଓର୍ଗାନ ଡୋନେସନ ବିଷୟରେ ବୁଝାଇଥିଲେ ।ଏହି ସଚେତନତା କାଯ୍ୟକ୍ରମକୁ କ୍ରାନ୍ତି ଅନୁଷ୍ଠାନର ଅନିଲ କୁମାର ସେଠୀ, ନିର୍ମଳା ଦାଶ, ଶଶୀଭୂଷଣ ରଥ ସରକାରୀ ମହିଳା (ସ୍ୱୟଂଶାସିତ) ମହାବିଦ୍ୟାଳୟ ଯୁବ ରେଡକ୍ରସ ଓ ଜାତୀୟ ସେବାର ପି.ଓ. ଡ.ମନିଷା ମିଶ୍ର, ଡ.ସୁମନ ବିନ୍ଦୁ, ଡ.ପ୍ରମିଳା ବୀକ୍‌, ଡ.ସ୍ମୃତି ଗନ୍ତାୟତ, ଡ.ନିତା ଦୁବେ, ଡ. ମନସ୍ୱିନୀ ପାଢୀ ଓ ଡ.ମଧୁସ୍ମିତା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ