୭୫ବର୍ଷରେ ପାଦ ଥାପିଲା ମୁଗୁପୁରର ଶାରଦୀୟ ଦୁର୍ଗା ପୂଜା, ଦାଶରାବଳଦ ଓ ରାବଣପୋଡି ମୁଖ୍ୟ ଆକର୍ଷଣ

ହାଟଡିହି, (ବିକାଶ ବିଶ୍ୱାଳ ) : ବ୍ଲକ ବିଭିନ୍ନ ସ୍ଥାନରେ ମା ଦୁର୍ଗାଙ୍କ ପୂଜା ମହା ସମାରୋହରେ ଆରମ୍ଭ ହୋଇଥିବା ବେଳେ ମୁଗୁପୁରର ଶାରଦୀୟ ଦୁର୍ଗା ପୂଜା ୭୫ବର୍ଷରେ ପାଦ ଥାପିଛି । ଏଥିପାଇଁ ମୁଗୁପୁର ବାରପାଟଣା ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି । ବିଶେଷକରି ପଞ୍ଚୁଗୋଛିଆ ପଞ୍ଚାୟତର ସର୍ବପୁରାତନ ପୂଜା ଭାବେ ପରିଗଣିତ ହେଉଥିବାବେଳେ ପଞ୍ଚୁଗୋଛିଆ ପଞ୍ଚାୟତର ପ୍ରାୟତ ସମସ୍ତ ଗ୍ରାମର ଶ୍ରଦ୍ଧାଳୁମାନେ ଏହି ପୂଜାରେ ସାମିଲ ହୋଇଥାନ୍ତି । ଗତକାଲି ବିଲ୍ୱାଧିବାସ କରାଯାଇଥିବାବେଳେ ଆଜି ସକାଳୁ ଘଟପୂଜା ଆରମ୍ଭ କରାଯାଇ ମହାସପ୍ତମୀ ପୂଜା ଚାଲୁ ରହିଛି । ଏଥିରେ ପଣ୍ଡିତ ମାସନ କୁମାର ତ୍ରିପାଠୀ, ମନମୋହନ ପଣ୍ଡା, ରବିନ୍ଦ୍ର ସତପଥିଙ୍କ ଦ୍ୱାରା ପୂଜାର୍ଚ୍ଚନା ଚାଲୁଥିବାବେଳେ ଆନନ୍ଦ ଚରଣ ସାହୁ, ଗଣେଶ୍ୱର ସାହୁ, ହରିହର ବାରିକ, ଭରତ ନାୟକ, ପ୍ରମୁଖ କର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦାନ କରୁଛନ୍ତି । ଆସନ୍ତାକାଲି ମହାଷ୍ଟମୀ ପୂଜା, ସୋମବାର ଦିନ ମହାନବମୀ ପୂଜା ଓ ବଳିଦାନ କରାଯିବା ସହିତ ମଙ୍ଗଳବାର ଦଶହରା ପର୍ବ ପାଳନ କରାଯିବାର ସମସ୍ତ ବ୍ୟବସ୍ଥା କରାଯାଇଛି । ମହାଷ୍ଟମୀ ପୂଜାରେ ଶହଶହ ମହିଳା ଭକ୍ତଙ୍କ ସମାଗମ ହୋଇଥାଏ । ଏଠାରେ ଦଶହରା ଦିନ ଦଶହରା ବଳଦ ଯାତ୍ରା, ରାବଣପୋଡି ଉତ୍ସବକୁ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୁଏ । ମୁଗୁପୁରର ବାଣ ଓଡିଶା ପ୍ରସିଦ୍ଧ ହୋଇଥିବାରୁ ବିଭିନ୍ନ ପ୍ରକାରର ବାଣ ପ୍ରତିଯୋଗୀତା ମଧ୍ୟ ଅନୁଷ୍ଠିତ ହୋଇଥାଏ । ଏଥିପାଇଁ ସମଗ୍ର ଅଞ୍ଚଳଟିକୁ ରଙ୍ଗିନ ଆଲୋକମାଳରେ ସୁସଜ୍ଜିତ କରାଯାଇଛି । ପ୍ରତିଦିନ ସନ୍ଧ୍ୟାରେ ଭଜନ କିର୍ତ୍ତନ କରାଯିବା ସହିତ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ । ଭାଷ୍କର ଦାସ, ରାକେଶ ଗିରି, ଲିପୁନୁ କୁମାର ପୃଷ୍ଟି, ସତ୍ୟ ରଞ୍ଜନ ବେହେରା, ମନୋରଞ୍ଜନ ଦାସ, ଚନ୍ଦନ କୁମାର ସାହୁ, ଦିପକ କୁମାର ସାହୁ, ହିମାଶୁଂ ଶେଖର ମହାପାତ୍ର, ସୁନିଲ କାନ୍ତ ସାହୁ, ଚନ୍ଦନ କୁମାର ସାହୁ, ମାନସ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ