ଥାନା ସମ୍ମୁଖରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) : ଗୋଳନ୍ଥରା ଥାନା ସମ୍ମୁଖରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ କରିଥିବା ଆସାମୀ ମାନଙ୍କୁ ପୋଲିସ ଛାଡ଼ିଦେବା ପ୍ରତିବାଦରେ ଗଞ୍ଜାମ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଶିବ ଶଙ୍କର ନାୟକଙ୍କ ନେତୃତ୍ବରେ ଶତାଧିକ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ଠାରେ ଧାରଣାରେ ବସିଥିଲେ । ପ୍ରକାଶ ଥାଉକି ଗତ କାଲି କୋଳଥୀଗାଁର ବଳରାମ ପାତ୍ର ଅନ୍ୟ ସାଥିମାନଙ୍କ ସହ କୋଳଥୀଗାଁର ବିଜେପି କାର୍ଯ୍ୟକର୍ତ୍ତା ସଞ୍ଜୟ ପରିଡ଼ାଙ୍କୁ କନିଷି ହାଟ ବିଚ୍ ରାସ୍ତାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଆହାତ ସଞ୍ଜୟଙ୍କୁ ଧରି ଶିବରାମ ଗୋଳନ୍ଥରା ଥାନାକୁ ରିପୋର୍ଟ ଦେବାକୁ ଯାଇଥିବା ବେଳେ ଅଭିଯୁକ୍ତ ମାନେ ଶିବରାମଙ୍କୁ ମଧ୍ୟ ଆକ୍ରମଣ କରି ଲହୁ ଲୁହାଣ କରିଥିଲେ । ଯାହାର ଭିଡିଓ ଫୁଟେଜ ପ୍ରମାଣ ଅଛି । ଆହାତ ଶିବଶଙ୍କର ରାଉତ ଗୋଳନ୍ଥରା ଥାନାରେ ଏତଲା ଦେଇଥିଲେ । ଆହାତ ବ୍ୟକ୍ତିମାନେ ଗୋଳନ୍ଥରା ଥାନାରେ ଥିବାବେଳେ, ବିଜୁ ଜନତା ଦଳର କିଛି ନେତା, ଆସାମୀ ବଳରାମ ଓ ବିଦ୍ୟାଧରକୁ ଧରି ଥାନାକୁ ଧଶେଇ ପଶି କହିଲେ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଏଥର ଗୋଟି ଗୋଟି କରି ଟାର୍ଗେଟ ହେବ ବୋଲି ଧମକ ଦେଇଥିଲେ । ଗୋଟିଏ ମିଛ ରିପୋର୍ଟ କୋଳଥିଗାଁ ସରପଞ୍ଚ ଜଗମୋହନ ପାତ୍ର ଓ ଅନ୍ୟମାନଙ୍କ ନାମରେ ଦେଲେ । ତାପରେ ପୋଲିସ ଥାନାରୁ ଆସାମୀ ବଳରାମ ପାତ୍ରକୁ ଧରି ବାହାରକୁ ପଳାଇଗଲେ ଏବଂ ଥାନା ସମ୍ମୁଖରେ ଆକ୍ରମଣକାରୀ ବିଦ୍ୟାଧର କୁ ମଧ୍ୟ ପୋଲିସ ଛାଡିଦେଲା । ଆକ୍ରମଣ କରି ନିର୍ଭୟରେ ଥାନାରୁ ଆସିଥିବାରୁ ଆସାମୀ ବଳରାମ ପାତ୍ର ଓ ବିଦ୍ୟାଧର ପାତ୍ର ଦୁଇ ଭାଇ ଦୁଇଟି ଖଣ୍ଡା ଧର ସଞ୍ଜୟ, ଶିବ ଓ ସରପଞ୍ଚ ଜଗମୋହନଙ୍କୁ କୋଳଥିଗାଁରେ ଧମକ ଦେଲେ କି ଆମର କିଏ କିଛି କରିପାରିବେନି, ପୋଲିସ ଆମର, ସରକାର ଆମର ବୋଲି କହି ଜୀବନରେ ମାରିଦେବାକୁ ଧମକ ଦେଲେ । ସ୍ପଷ୍ଟ ଦିବାଲୋକରେ ଲୋକମାନଙ୍କ ସାମ୍ନାରେ ଏପରିକି ଥାନା ସମ୍ମୁଖରେ ଅମାନୁଷିକ ଆକ୍ରମଣ କରିଥିବା ଆସାମୀ ବଳରାମ ପାତ୍ର ଓ ବିଦ୍ୟାଧର ପାତ୍ରକୁ ବିଜୁ ଜନତା ଦଳର ଚାପରୁ ଉର୍ଦ୍ଧ୍ବକୁ ଉଠି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବିଜେପି ଯୁବମୋର୍ଚ୍ଚା ଦାବୀ କରିଛି । ବ୍ରହ୍ମପୁର ଏସପିଙ୍କ ଅନୁପସ୍ଥିତିରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ଅତିରିକ୍ତ ଏସପିଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ । ଏସପିଙ୍କ ସାଥିରେ ଆଲୋଚନା କରି ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଏସପି ପ୍ରତିଶୃତି ଦେବା ପରେ ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମାନେ ଧାରଣାରୁ ଉଠିଥିଲେ । ଆଜିର ଏହି ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ “ପ୍ରତିବାଦ ଏବଂ ଧାରଣାରେ” ଗଞ୍ଜାମ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକଙ୍କ ସମେତ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ରାଜ୍ୟ ଯୁବମୋର୍ଚ୍ଚା କ୍ୟାମ୍ପସ୍ ସଂଯୋଜକ ଆକାଶ ସାହୁ,ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ତଥା କୋଳଥିଗାଁ ସରପଞ୍ଚ ଜଗମୋହନ ପାତ୍ର,କେ.ଚନ୍ଦ୍ରଶେଖର ଦାସ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ବି.ସୋମନାଥ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦିକା ତଥା କର୍ପୋରେଟର ବନିତା ସାହୁ,ଯୁବ ନେତା ସୁନିଲ ପାତ୍ର,ସନତ ନାୟକ,ସୁମିତ ପାତ୍ର,କିଶୋର କୁମାର ସାହୁ,ଦୀପୁନ ସାମଲ, ସରୋଜ କୁମାର ଦାସ,ମନୋଜ ମହାରଣା,କ୍ରିଷ୍ଣା ସାହୁ, ରବି ରାଓ,ଦେବୁନ୍ ପଟ୍ଟନାୟକ,ଆକାଶ ଗୌଡ଼,ଧର୍ମରାଜ ପାଣିଗ୍ରାହୀ,ରିଙ୍କୁ ବିଷୋୟୀ,ଲିଙ୍ଗରାଜ ସାହୁ,ଶ୍ରୀନିବାସ ମଣ୍ଡଳ,ଆଲୋକ ସତପଥି,ଏ.ଦେବରାଜ ଆଚାରୀ,ବିଜେପି ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର ପ୍ରମୁଖଙ୍କ ସମେତ ଶତାଧିକ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ