ସନ୍ଥ ନିରଂକାରୀ ମିଶନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର
ହିଞ୍ଜିଳିକାଟୁ, ( ଯୁଗାବ୍ଦ ନ୍ୟୁଜ/ଶେଷଦେବ ସାହୁ ): ସନ୍ଥ ନିରଂକାରୀ ମିଶନ ପକ୍ଷରୁ ସୋମବାର ହିଂଜିଳିକାଟୁ ବ୍ଳକ ସମରଝୋଳ ଛକ ନିକଟସ୍ଥ ସନ୍ଥ ନିରଂକାରୀ ଭବନ ପରିସରରେ ଏକ ମାଗଣ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରବଚକ ଭାବେ ମିଶନର ଦକ୍ଷିଣ ଓଡ଼ିଶା ସଂଯୋଜକ ଏନ. ରଘୁନାଥ ଆଧ୍ୟାତ୍ମିକ ଚେତନା ସମନ୍ଧୀୟ ପ୍ରବଚନ ବାଣୀ ଶୁଣାଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଭବନ ପରିସରରେ ମାଗଣ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ବ୍ରହ୍ପୁର ସ୍ଥିତ କେଜିଏନ ହସ୍ପିଟାଲା ଚିକିତ୍ସକ ଡାକ୍ତର ବେଗ୍ ଓ ତାଙ୍କ ଟିମ୍ ଉପସ୍ଥିତ ରହି ପ୍ରାୟ ୧୫୦ ଜଣ ଜନସାଧାରଣଙ୍କ ରକ୍ତଚାପ, ଅମ୍ଳ, ବ୍ଳଡ଼ସୁଗର ଇତ୍ୟାଦି ବିଭିନ୍ନ ରୋଗର ପରୀକ୍ଷା କରିବା ସହ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସେବାଦଳ ସଂଚଳାକ ଏମ. ପ୍ରକାଶ ପରିଚାଳନା କରିଥିବା ବେଳେ କେ. ନାଗେଶ୍ୱର, ଡ଼ି. ଆଦିକନ୍ଦ, ଏସ. ରବିନ୍ଦ୍ର, ଏସ. ରାଜାରାଓ, ବଂଶୀଧର ବେହେରା, ପି.ଜୟ, ଏସ. ଲତସା, କେ. ଶୁସିଳା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।