ଚଣ୍ଡୀପାଠ,ମନ୍ତ୍ରଧ୍ଵନି, ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରକମ୍ପିତ ପୂଜାମଣ୍ଡପ
ନିମାପଡ଼ା, (ସନ୍ତୋଷ ଦାସ):ଧରାପୃଷ୍ଟ କୁ ଓଲ୍ହାଇ ଆସିଛନ୍ତି ମା ଦୁର୍ଗତି ନାଶିନୀ ମା ଦୂର୍ଗା। ପୁରୀ ଜିଲ୍ଲା ନୟାହାଟ ଦେବୀ ମଣ୍ଡପ ଠାରେ ସ୍ଥାନୀୟ ବ୍ୟବସାୟୀ ସଂଘ ଓ ପାନ ଚାଷୀ ସଂଘ ପକ୍ଷରୁ ଆୟୋଜିତ ୪୪ ତମ ସାର୍ବଜନୀନ ଦୂର୍ଗାପୂଜା ମଣ୍ଡପରେ ମହାମାୟା ଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ଓ ଭକ୍ତ। ଘଣ୍ଟ, ଘଣ୍ଟା ଏବଂ ଶଙ୍ଖ ଧ୍ୱନିରେ ପ୍ରକମ୍ପିତ ହେଉଛି ପୂଜାମଣ୍ଡପ। ଗଗନ ପବନ ଓ ପୂଜା ମଣ୍ଡପ ପ୍ରକମ୍ପିତ ହେଉଛି ବ୍ରାହ୍ମଣ ଙ୍କ ମନ୍ତ୍ରପାଠ ରେ। ଚାରିଆଡେ ପାର୍ବଣ ର ମହକ । ଉତ୍ସବ ମୁଖର ହୋଇପଡ଼ିଛି ସମଗ୍ର ନୟାହାଟ ଅଞ୍ଚଳ।ସୁ ଉଚ୍ଚ ରଙ୍ଗୀନ ଆଲୋକ ତୋରଣ ରେ ଝଲ ମଲ କରୁଛି ନିମାପଡ଼ା – ଅସ୍ତରଙ୍ଗ ମୁଖ୍ୟରାସ୍ତା ସହିତ ପୂଜା ମଣ୍ଡପ ଅଞ୍ଚଳ। ମନମୋହୁଛି ପୂଜା ମଣ୍ଡପ ର ସୁନ୍ଦର କାରୁକାର୍ଯ୍ୟ ପୂର୍ଣ୍ଣମେଢ଼ । ଦେଖିବାକୁ ଏଠାରେ ବଢୁଛି ଭିଡ଼।ସନ୍ଧ୍ୟା ରେ ଦର୍ଶକ ଙ୍କ ମନୋରଞ୍ଜନ ପାଇଁ ସପ୍ତମୀ ରୁ ଆରମ୍ଭ ହୋଇଛି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ । ଯାହାର ମଜା ନେଉଛନ୍ତି ମା ଦୁର୍ଗାଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତ, କୁନି କୁନି ପିଲା। ଦୂର୍ଗା ପୂଜା ପାଇଁ ଉତ୍ସବ ମୁଖର ହୋଇପଡ଼ିଛି ସମଗ୍ର ଅଞ୍ଚଳ।ନୟାହାଟ ଫାଣ୍ଡି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।