ପ୍ରଶାନ୍ତ ଭୂପତି ପାରଳାଖେମୁଣ୍ଡି ଥାନାର ନୂତନ ଆଇଆଇସି ଭାବେ ଦାୟିତ୍ୱ ନେଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ଆଦର୍ଶ ଥାନାର ନୂତନ ପ୍ରଶାନ୍ତ ଭୂପତି ଆଇଆଇସି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି. ଏଥି ପୂର୍ବରୁ ଶ୍ରୀ ଭୂପତି ବ୍ରହ୍ମପୁର ବଡ଼ ବଜାର ଥାନାରେ ଆଇଆଇସି ଭାବରେ କାର୍ଯ୍ୟ ତୁଲାଉ ଥିଲେ. ତାଙ୍କୁ ସେଠାରୁ ପାରଳାଖେମୁଣ୍ଡି ଆଦର୍ଶ ଥାନାକୁ ବଦଳି ହୋଇଛି. ଶ୍ରୀ ଭୂପତି ୨୦୧୪ ଠାରୁ ୨୦୧୭ ପଯ୍ୟନ୍ତ ଗଜପତି ଜିଲ୍ଲାର ମୋହନା ଥାନାରେ ଆଇଆଇସି ଭାବରେ ଅତ୍ୟନ୍ତ ଦକ୍ଷତାର ସହ କାଯ୍ୟ ତୁଲାଇ ବେଶ ସୁନାମ ଅର୍ଜନ କରିଥିଲେ. ପରେ ସେ ମୋହନା ଥାନାରୁ ଗଜପତି ଜିଲ୍ଲାର ଗାରାବନ୍ଧ ଥାନାରେ ୨୦୧୭ ରୁ ୨୦୧୮ ପଯ୍ୟନ୍ତ ଆଇଆଇସି ଭାବରେ କାଯ୍ୟ ତୁଲାଇ ବେଶ ଲୋକ ପ୍ରିୟ ହୋଇପାରିଥିଲେ. ଗଜପତି ଜିଲ୍ଲାର ମୋହନା ଓ ଗାରାବନ୍ଧ ଥାନାରେ ପ୍ରଶାନ୍ତ ଭୂପତି ଅତ୍ୟନ୍ତ ଦକ୍ଷତାର ସହ କାର୍ଯ୍ୟ ତୁଲାଇ ଆସିଥିବାରୁ ବର୍ତ୍ତମାନ ପାରଳାଖେମୁଣ୍ଡି ଆଦଶ୍ର ଥାନାରେ ସେ ନୂତନ ଆଇଆଇସି ଭାବେ ଦାୟିତ୍ୱ ଗ୍ରହଣ କରି ପୋଲିସ ପ୍ରଶାସନକୁ ଲୋକଙ୍କ ଠାରେ ପହଂଚିଇବା ସହ ପାରଳା ପୋଲିସ ଥାନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା କରି ପୂର୍ବ ଭଳି ସୁନାମ ଅର୍ଜନ କରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି. ଦାୟିତ୍ୱ ଗ୍ରହଣ କରିବା ପରେ ଆଇଆଇସି ପ୍ରଶାନ୍ତ ଭୂପତି କହିଛନ୍ତି ପାରଳାଖେମୁଣ୍ଡି ଥାନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା କରିବା ସହ ପୋଲିସ ବ୍ୟବସ୍ଥାକୁ ସାଧାରଣ ଲୋକଙ୍କ ଠାରେ ପହଞ୍ଚାଇ ଲୋକଙ୍କୁ ସେବା ପ୍ରଦାନ କରିବା ମୋର ମୁଖ୍ୟ କାର୍ଯ୍ୟ ହେବ.