ଶାଳଣିଆଁ ପଞ୍ଚାୟତରେ ମିଳୁନି ପିଡିଏସ ଚାଉଳ, ବିଡିଓଙ୍କୁ ଦାବିପତ୍ର

ହାଟଡ଼ିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ତିନିମାସର ପିଡିଏସ ଚାଉଳ ବଣ୍ଟନ କରାଯାଇ ନଥିବାନେଇ ବିଡିଓଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ଅନୁଯାଇ ଅକ୍ଟୋବର ପ୍ରଥମ ସପ୍ତାହରୁ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସର ଚାଉଳ ପ୍ରତି ପଞ୍ଚାୟତରେ ବଣ୍ଟନ କରାଯାଇଥିବାବେଳେ ଶାଳଣିଆଁ ପଞ୍ଜାୟତରେ ଏହାର ବ୍ୟତିକ୍ରମ ଦେଖା ଦେଇଛି । ହୀତାଧିକାରୀଙ୍କ ଠାରୁ ଆଖି ଓ ଟିପଚିହ୍ନ ନିଆଯାଇତôଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଚାଉଳ ଦିଆଯାଉ ନଥିବାରୁ ଅନେକ ଗରିବ ହିତାଧିକାରୀ ନାନା ଅସୁବିଧା ଭୋଗ କରୁଛନ୍ତି ବୋଲି ଶିବ ଚରଣ ବେହେରା, ବିରେନ୍ଦ୍ର କଚମାର ବିଶ୍ୱାଳ, ବିଭିଷଣ ଯେନା, ଆଦିକନ୍ଦ ଯେନା, ନିର୍ମଳ କୁମାର ସେଠୀ, ତପନ ସେଠୀ, ଅଜୟ କୁମାର ଜେନା, ରମେଶ ଚନ୍ଦ୍ର ସୁତାର ପ୍ରମୁଖ ଅଭିଯୋଗ କରିଛନ୍ତି । ସେମାନେ ଏନେଇ ବ୍ଲକ ଯୋଗାଣ ଅଧିକାରୀଙ୍କୁ ସାକ୍ଷାତ କରିବାକୁ ଆସିଥିବାବେଳେ ସେ ଛୁଟିରେ ଥିବାରୁ ବିଡିଓଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି କିଛି ତୁରଦତି ପଦକ୍ଷେପ ନିଆ ନଯାଏ ତେବେ ହିତାଧିକାରୀଙ୍କ ପକ୍ଷରୁ ବ୍ଲକ ଘେରାଉ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ